ପଂଚାୟତ ଅଫିସ ଉଡାଇଲେ ମାଓବାଦୀ

ପଂଚାୟତ ଅଫିସ ଉଡାଇଲେ ମାଓବାଦୀ

ପଂଚାୟତ ଅଫିସ ଉଡାଇଲେ ମାଓବାଦୀ
ମାଲକାନଗିରି: ମାଲକାନଗିରି ମାଥିଲି ଥାନା ଅନ୍ତର୍ଗତରେ ମାଓବାଦୀଙ୍କ ବର୍ବରକାଣ୍ଡ । ମାଓବାଦିମାନେ ବିସ୍ପୋରଣ କରି ଏକ ପଂଚାୟତ ଅଫିସକୁ ଉଡାଇଦେଲେ । ମାଥିଲି ଥାନା ଟିମୁରପାଲି ପଂଚାୟତ ଅଫିସ ଘରକୁ ଉଡାଇଦେଲେ ମାଓବାଦୀ । ବିଳମ୍ବିତ ରାତିରେ ୩୦ରୁ ୪୦ ମାଓବାଦୀ ଆସି ଭୟଙ୍କର ବିସ୍ପୋରଣ ଘଟାଇଛନ୍ତି । ଏପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ପହଂଚି ପାରି ନାହିଁ । କାହାର ମୃତାହତ ଓ କୌଣସି କ୍ଷୟକ୍ଷତି ସମ୍ପର୍କରେ ସୂଚନା ମିଳିନାହିଁ ।