ପଛୁଆ ରାଜ୍ୟ ଜିଏସଟି ଆଦାୟରେ ଆଗୁଆ
ପଛୁଆ ରାଜ୍ୟ ଜିଏସଟି ଆଦାୟରେ ଆଗୁଆ
admin
Aug 14, 2019 - 06:35
Updated: Aug 14, 2019 - 06:35
ନୂଆଦିଲ୍ଲୀ : ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ଆଦାୟ କ୍ଷେତ୍ରରେ ଓଡ଼ିଶା, ବିହାର, ମଧ୍ୟପ୍ରଦେଶ, ଉତ୍ତର ପ୍ରଦେଶ ଭଳି ପଛୁଆ ରାଜ୍ୟର ପ୍ରଦର୍ଶନ ଭଲ ରହିଛି । ମହାରାଷ୍ଟ୍ର, ଗୁଜରାଟ, କର୍ଣ୍ଣାଟକ ଏବଂ ତାମିଲନାଡ଼ୁ ଭଳି ଶିଳ୍ପୋନ୍ନତ ରାଜ୍ୟକୁ ଏହା ପଛରେ ପକାଇ ଦେଇଛନ୍ତି । ଚଳିତ ଆର୍ଥିକ ବର୍ଷର ପ୍ରଥମ ୪ ମାସରେ ଦେଶର ଜିଏସଟି ଆଦାୟ ରାଶି ଗତ ଆର୍ଥିକ ବର୍ଷର ସାମାନ୍ୟ ଅବଧି ତୁଳନାରେ ୯ ପ୍ରତିଶତ ବୃଦ୍ଧି ଘଟି ୩.୫୬ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି । ରାଜ୍ୟଗୁଡ଼ିକୁ ବିଚାରକୁ ନେଲେ ଜିଏସଟି ଆଦାୟରେ ଉତ୍ତର ପୂର୍ବାଞ୍ଚଳ ରାଜ୍ୟ ଗୁଡ଼ିକର ପ୍ରଦର୍ଶନ ଭଲ ରହିଛି ।
ନାଗାଲାଣ୍ଡର ଜିଏସ୍ଟି ଆଦାୟରେ ସର୍ବାଧିକ ୩୯ ପ୍ରତିଶତ ବୃଦ୍ଧି ଘଟିଥିବା ବେଳେ ଅରୁଣାଚଳ ପ୍ରଦେଶର ୩୫ ପ୍ରତିଶତ, ସିକ୍କିମର ୩୨ ପ୍ରତିଶତ ଜିଏସଟି ଆଦାୟ ବୃଦ୍ଧି ଘଟିଛି ।
ଚଳିତ ଆର୍ଥିକ ବର୍ଷର ଏପି୍ରଲରୁ ଜୁଲାଇ ମଧ୍ୟରେ ଓଡ଼ିଶାର ଜିଏସଟି ଆଦାୟ ରାଶି ୯,୨୬୪ େକାଟି ଟଙ୍କା ରହିଛି । ପୂର୍ବ ଆର୍ଥିକ ବର୍ଷରେ ଏହି ରାଶି ୭୬୬୬ କୋଟି ଟଙ୍କା ରହିଥିଲା । ଅର୍ଥାତ ୨୦୧୮ ଏପି୍ରଲ-ଜୁଲାଇ ତୁଳନାରେ ୨୦୧୯ ଏପି୍ରଲ ଜୁଲାଇରେ ଓଡ଼ିଶାର ଜିଏସଟି ଆଦାୟ ରାଶିରେ ୨୦.୮ ପ୍ରତିଶତ ବୃଦ୍ଧି ଘଟିଛି । ଓଡ଼ିଶ ପଛକୁ ଉତ୍ତରାଖଣ୍ଡ ରହିଛି । ଏହି ରାଜ୍ୟର ଜିଏସ୍ଟି ଆଦାୟ ରାଶିରେ ୧୯.୯ ପ୍ରତିଶତ ବୃଦ୍ଧି ଘଟି ୩,୬୭୬ କୋଟି ଟଙ୍କାରେ ପହଞ୍ଚିଛି । ସେହିଭଳି ବିବାହରର ଜିଏସଟି ଆଦାୟ ରାଶିରେ ୧୭.୮ ପ୍ରତିଶତ ବୃଦ୍ଧି ଘଟି ୧୧,୬୨୫ କୋଟି, ମଧ୍ୟପ୍ରଦେଶର ୧୪.୬ ପ୍ରତିଶତ ବୃଦ୍ଧି ଘଟି ୧୪.୦୨୪ କୋଟି, ଆସାମର ୧୪.୧ ପ୍ରତିଶତ ବୃଦ୍ଧି ଘଟି ୬.୧୯୭ କୋଟି ରହିଛି । ଉତ୍ତର ପ୍ରଦେଶର ୧୨ ପ୍ରତିଶତ ବୃଦ୍ଧି ସହିତ ୩୪.୭୮୩ କୋଟି, କର୍ଣ୍ଟାଟକର ୧୦.୭, ପ୍ରତିଶତ ବୃଦ୍ଧି ସହିତ ୧୯.୭୮୯ କୋଟି, ତାମିଲନାଡୁର ୧୦ ପ୍ରତିଶତ ବୃଦ୍ଧି ସହିତ ୨୭.୯୫୯ କୋଟି, ଆନ୍ଧ୍ରପ୍ରଦେଶର ୯.୧ ପ୍ରତିଶତ ବୃଦ୍ଧି ସହିତ ୧୪.୪୨୮ କୋଟି, ତେଲେଙ୍ଗାନାର ୮.୭ ପ୍ରତିଶତ ବୃଦ୍ଧି ସହିତ ୧୬,୧୨୧ କୋଟି, ମହାରାଷ୍ଟ୍ରର ୭.୨ ପ୍ରତିଶତ ବୃଦ୍ଧି ସହିତ ୫୪.୨୦୮ କୋଟି ଟଙ୍କା ରହିଛି ।