ପଦ୍ମପୁର ଜିତିଲା ବିଜେଡି

ପଦ୍ମପୁର ଜିତିଲା ବିଜେଡି

ପଦ୍ମପୁର ଜିତିଲା ବିଜେଡି


ଭୁବନେଶ୍ୱର: ପଦ୍ମପୁର ଜିତିଲା ବିଜେଡି । ପଦ୍ମପୁରରେ ବିଜେଡି ପ୍ରାର୍ଥୀ ବର୍ଷା ସିଂହ ବରିହା ବିଜୟ ଲାଭ କରିଛନ୍ତି । ୪୨୦୬୫ ଭୋଟରେ ବିଜୟ ଲାଭ କରିଛି ବିଜେଡି । ଶଙ୍ଖର ଶକ୍ତି ଆଗରେ ନା କାମ କଲା ପଦ୍ମର ପାୱାର ନା ହାତେ ଟେକି ପାରିଲା ହାତ । ବିଜେଡି ସମସ୍ତଙ୍କୁ ପଛରେ ପକାଇଛି । ଏହାସହ ବିଜୟ  ବିଜୟ ଲାଭ କରିଛି ବିଜେଡି।

ରାଉଣ୍ଡ-୨୩ ଶେଷ ସୁଦ୍ଧା ବର୍ଷାଙ୍କୁ ୧,୧୯, ୫୧୨ ଖଣ୍ଡ ମିଳିଥିଲାବେଳେ ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ ପ୍ରଦୀପ ପୁରୋହିତଙ୍କୁ ୭୭୪୪୭ଖଣ୍ଡ ମିଳିଛି । ସେହିପରି କଂଗ୍ରେସ ପ୍ରାର୍ଥୀଙ୍କୁ ୩୫୪୮ଖଣ୍ଡ ଭୋଟ ମିଳିଛି । 

 

ଗଣତି ଆରମ୍ଭରୁ ହିଁ ବର୍ଷା ବିଜେପି ପ୍ରାର୍ଥୀଙ୍କ ଉପରେ ଭାରି ପଡ଼ିଥିଲେ । ପ୍ରତି ରାଉଣ୍ଡରେ ବିଜେଡ଼ି ସଂଖ୍ୟାଧିକ ଭୋଟ୍ ସହିତ ବିଜେପି ଠାରୁ ଆଗରେ ରହିଥିଲା । କୌଣସି ଗୋଟିଏ ରାଉଣ୍ଡରେ ମଧ୍ୟ ବିଜେପି ଭୋଟରେ ବିଜେଡ଼ିକୁ ପଛରେ ପକାଇ ପାରିନଥିଲା । ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀଙ୍କ ସ୍ଥିତି ଦୟନୀୟ ଥିଲା । ଭୋଟର ବିଜେପିକୁ ପ୍ରତ୍ୟାଖାନ କରିଥିବା ବେଳେ କଂଗ୍ରେସର ରାଜନୈତିକ ପ୍ରାସଙ୍ଗିକତାକୁ ଉପନିର୍ବାଚନରେ ପ୍ରଶ୍ନ କରିଛନ୍ତି ।