ପଦ ଛାଡିଲେ ରଘୁନାଥ ମହାନ୍ତି

ପଦ ଛାଡିଲେ ରଘୁନାଥ ମହାନ୍ତି

ପଦ ଛାଡିଲେ ରଘୁନାଥ ମହାନ୍ତି
ଭୁବନେଶ୍ୱର: ପଦ ଛାଡିଲେ ରଘୁନାଥ ମହାନ୍ତି । ଆଜି ଲିପ୍ଟ ଇରିଗେସନ ପଦରୁ ଇସ୍ତଫା ଦେଲେ ରଘୁନାଥ । ନବୀନ ନିବାସ ଯାଇ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟି ଇସ୍ତଫା ପତ୍ର ଦେଇଛନ୍ତି । ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ପଦରୁ ଇସ୍ତଫା ଦେଇଛନ୍ତି । ଟିକେଟ ପ୍ରସଙ୍ଗରେ ରଘୁନାଥ ପ୍ରତିକ୍ରିୟା ରଖିଛନ୍ତି ଯେ ଟିକେଟ ମିଳିବ କି ନାହିଁ ତାହା ଦଳ ଉପରେ ନିର୍ଭର କରୁଛି । ମୁଁ ଏବେ ବି ବିଜେଡିରେ ଅଛି । ବିଜୁଜନତା ଦଳ ତାଙ୍କୁ ଭରସା ଦେବ ନା ଆଶଙ୍କାରେ ରଖିବ ଏନେଇ ଦଳୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନାଯୋଗ୍ୟଯେ, ବସ୍ତାର ଅପ୍ରତିଦ୍ୱନ୍ଦ୍ୱୀ ନେତା ଭାବେ ରଘୁନାଥ ମହାନ୍ତି ବେଶ ପରିଚିତ । ତେବେ ପାରିବାରିକ ମାମଲାରେ ଫସି ସେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆସ୍ଥା ହରାଇଥିଲେ । ୨୦୧୪ରେ ତାଙ୍କୁ ଦଳ ଟିକେଟ ଦେଇନଥିବାବେଳେ ଦଳୀୟ କାର‌୍ୟ୍ୟକ୍ରମରୁ ମଧ୍ୟ ସେ ଦୂରେଇ ଦେଇଥିଲେ । ପରବର୍ତୀ ସମ୍ପର୍କରେ ପାରିବାରିକ ବିବାଦର ସମାଧାନ ହେବା ପରେ ରଘୁନାଥ ବିଜେଡ଼ି ରାଜନୀତିକୁ ଫେରିଥିଲେ । ତାଙ୍କୁ ବିଜେଡ଼ି ଉପସଭାପତି କରିବା ସହ ଉଠା ଜଳସେଚନ ନିଗମର ଅଧ୍ୟକ୍ଷ କରିଥିଲା । ଚଳିତ ୨୦୧୯ ନିର୍ବାଚନରେ ସେ ବସ୍ତାରୁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ । କିନ୍ତୁ ଏଯାବତ ଏହି ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇନାହିଁ । ଦଳୀୟ ଟିକେଟ ନେଇ ଆଶଙ୍କା ପ୍ରକାଶ କରୁଥିବାରୁ ରଘୁନାଥ ଏଭଳି ନିଷ୍ପତି ନେଇଛନ୍ତି । ପରୋକ୍ଷରେ ସେ ଦଳ ଉପରେ ଚାପ ପକାଉଥିବା କୁହାଯାଉଛି । ଅପରପକ୍ଷରେ କେତେକ ବିଜେପି ନେତା ମଧ୍ୟ ତାଙ୍କ ସହ ଯୋଗସୂତ୍ରରେ ରହିଥିବା ଜାଣିବାକୁ ମିଳିଛି ।