ପରିବା ପାଇଁ ଗାଡ଼ି ନେଲେ ଜରିମାନା

ପରିବା ପାଇଁ ଗାଡ଼ି ନେଲେ ଜରିମାନା

ଭୁବନେଶ୍ୱର: କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ୁଥିବାରୁ ସଂକ୍ରମଣରେ ଶୃଙ୍ଖଳ ଭାଙ୍ଗିବା ପାଇଁ ଦ୍ୱୈତନଗରୀରେ ପୁଣି ଥରେ ଲକଡାଉନ କରାଯାଇଛି । ଶୁକ୍ରବାର ରାତି ଠାରୁ ୧୪ ଦିନିଆ ଅର୍ଥାତ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏହି ପରିପ୍ରେକ୍ଷୀରେ ପୁଲିସ କମିଶନର ନୂଆ ଗାଇଡଲାଇନ ଜାରି କରିଛନ୍ତି । ପୂର୍ବରୁ ହୋଇଥିବା ଲକଡାଉନରେ ଲୋକମାନେ କଟକଣା ମାନି ନଥିବାରୁ ଏଥର କମିଶନରେଟ ପୁଲିସ କଠୋର ଆଭିମୁଖ୍ୟ ଗ୍ରହଣ କରିଛି । ଗାଇଡଲାଇନ ଅନୁଯାୟୀ, ବିନା ଜରୁରୀ କାମରେ ଘରୁ ବାହାରିଲେ, ପୁଲିସ ଜରିମାନା ଆଦାୟ କରିବ । ଏପରିକି ଗିରଫ କରି କୋର୍ଟଚାଲାଣ ମଧ୍ୟ କରିପାରେ । ସେହିପରି ଗାଡ଼ି ନେଇ କେହି ପରିବା କିଣିବାକୁ ଯାଇପାରିବ ନାହିଁ । ଚାଲି ଚାଲି କିମ୍ବା ସାଇକେଲରେ ପାଖ ଦୋକାନରୁ ଅତ୍ୟାବଶ୍ୟକ ସାମଗ୍ରୀ ଆଣିବେ ।