ପାଣି ପଞ୍ଚାୟତ ପକ୍ଷରେ ଜଳର ସଦ-ବ୍ୟବହାର ଓ ସୁପରିଚାଳନା ମାଧ୍ୟମରେ ଶସ୍ୟ ଉତ୍ପାଦନ କ୍ଷେତ୍ର ବୃଦ୍ଧି ଉପରେ ଆଲୋଚନା।

************************

ବରଗଡ : ୦୧/୦୨: ଆଜି ପୂର୍ବାହ୍ନ ୧୧.୦୦ ଘଟିକା ସମୟରେ ପାଣି ପଞ୍ଚାୟତ ଭବନ ଠାରେ ଜଳର ସଦ-ବ୍ୟବହାର ଓ ସୁପରିଚାଳନା ମାଧ୍ୟମରେ ଶସ୍ୟ ଉତ୍ପାଦନ କ୍ଷେତ୍ର ବୃଦ୍ଧି କରିବାର ଉଦ୍ଦେଶ୍ୟ ନେଇ ବିଭାଜନ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ହୋଇ ଯାଇଛି । ନିର୍ବାହୀ  ଯନ୍ତ୍ରୀ, ଉଠା  ଜଳ ସେଚନ  ବିଭାଜନ,  ବରଗଡ଼, ଇଂ.ସୂର୍ଯ୍ୟନାରାୟଣ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ବିଧାୟକ, ଶ୍ରୀଯୁକ୍ତ ଦେବେଶ ଆଚାର୍ଯ୍ୟ, ସମ୍ମାନୀୟା ଅତିଥି ଭାବରେ ଜିଲ୍ଲାପାଳ, ଶ୍ରୀମତୀ ମୋନିଷା ବାନାର୍ଜୀ ଯୋଗ ଦେଇ ଜଳ ସେଚନ ସାମର୍ଥ୍ୟ ସୃଷ୍ଟି ଓ ବ୍ୟବହାର ମଧ୍ୟରେ ତାରତମ୍ୟକୁ ଦୂର କରିବା, ସେଚାଞ୍ଚଳରେ ସମାନୁପାତିକ ଜଳବଣ୍ଟନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ଆଚାର୍ଯ୍ୟ ଦିନକୁ ଦିନ ଭୂତଳ ଜଳ ସ୍ତର ହ୍ରାସ ପାଉଥିବା ଉଦବେଗଜନକ ଓ ଏହା ଆମ ଭବିଷ୍ୟତ ପିଢୀ ପାଇଁ ବିପଦ ସୃଷ୍ଟି କରିବ, ତେଣୁ ଜଳର ସୁପରିଚାଳନ ମାଧ୍ୟମରେ ସୁବିନିଯୋଗ କରିବା ପାଇଁ ତାଙ୍କ ବକ୍ତବ୍ୟରେ ଗୁରୁତ୍ଵ ଆରୋପ କରିଥିଲେ । ଜିଲ୍ଲାପାଳ, ଶ୍ରୀମତୀ ବାନାର୍ଜୀ ସହଭାଗୀ ଜଳସେଚନ ପରିଚାଳନା ମାଧ୍ୟମରେ କୃଷକମାନଙ୍କ ମଧ୍ୟରେ ଫସଲ ବିବିଧିକରଣ ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ପରାମର୍ଶ ଦେଇଥିଲେ । 

            ଚାଷୀ ପ୍ରତିନିଧି, କିଶୋର ଦେବତା ଜଳ ବଣ୍ଟନ ପରିଚାଳନରେ ଥିବା ବିଭିନ୍ନ ସମସ୍ୟା ସମ୍ପର୍କରେ ଉପସ୍ଥାପନ କରିଥିଲେ । ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ସରୋଜ ରଞ୍ଜନ ମହାପାତ୍ର, ନୋଡାଲ ଅଧିକାରୀ, ପାଣି ପଞ୍ଚାୟତ, ଶ୍ରୀ ଅନୁପମ ଦାସ, ଗ୍ରାମାଞ୍ଚଳ ବିଦ୍ୟୁତ ନିର୍ବାହୀ ଯନ୍ତ୍ରୀ, ଶ୍ରୀ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ସହକାରୀ ନିର୍ଦ୍ଦେଶକ, ଉଦ୍ୟାନ କୃଷି ବିଭାଗ, ବରଗଡ଼ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଓ ଚାଷୀ ପ୍ରତିନିଧି ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ବୋଲି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀମତୀ କଲ୍ୟାଣୀ ଦାଶ ଜଣାଇଛନ୍ତି।