ପାମ୍ପଡ ଚପ

ପାମ୍ପଡ ଚପ

ପାମ୍ପଡ ଚପ
ସାମଗ୍ରୀ: - ୧୨ ଟା ପୋଟଳ - ୨ଟା ବଡ ଆଳୁ - ୪ ପାଖୁଡା ରସୁଣ - ୪ଟା କଂଚାଲଙ୍କା - ଦେଢ ସେମି ଅଦା - ଅଧ ଚା ଚାମଚ ଜିରା - ଛାଣିବା ପାଇଁ ତେଲ - ଦରକାର ମୁତାବକ ଲୁଣ ପ୍ରଣାଳୀ: ରସୁଣ, ଅଦା,କଂଚାଲଙ୍କା ଜିରା ଟିକିଏ ଟିକିଏ ଛେଚି ରଖ । ଆଳୁ ସିଝାଇ ଲୁଣ ସହ ଚକକଣ କରି ଚକଟି ନିଅ । କଡାଇରେ ୧ ଟେବୁଲ ଚାମଚ ତେଲ ଦେଇ ଛେଚା ମସଲାକୁ ଟିକିଏ ଟିକିଏ ଭାଜି ନେଇ ସେଥିରେ ଆଳୁ ଚକଟା ଭାଜି ନିଅ । କଡାଇରେ ତେଲ ଗରମ କର । ଗୋଟିଏ ପାମ୍ପଡର ଗୋଟିଏ ପାଖ ପାଣିରେ ବୁଡାଇ ସାଙ୍ଗେ ସାଙ୍ଗେ ଉଠାଇ ନେଇ ଟିକେ ଆଳୁ ପୁର ଦେଇ କାକରା ପରି ଆସ୍ତେ ଭାଙ୍ଗି ଦେଇ ସାଇଡ ବନ୍ଦ କରିଦେବେ । ଆସ୍ତେ ଆସ୍ତେ କରିବେ ନହେଲେ ପୁର ବାହାରି ଯାଇପାରେ । ଗୋଟିଏ ଗଢି ସାଙ୍ଗେ ସାଙ୍ଗେ ଓଲଟାଇ ଉଠାଇନେବେ । ନହେଲେ ପୋଡିଯିବ ।