ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା , ଏହି ତାରିଖରେ ହେବ ନିର୍ବାଚନ
ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା , ଏହି ତାରିଖରେ ହେବ ନିର୍ବାଚନ
admin
Mar 16, 2021 - 11:26
Updated: Mar 16, 2021 - 11:26
ଭୁବନେଶ୍ୱର: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଆଜି ପିପିଲି ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରାଯାଇଛି । ଏପ୍ରେଲ ୧୭ ତାରିଖରେ ପିପିଲିରେ ଉପନିର୍ବାଚନ ଅନୁଷ୍ଠିତ ହେବ । ମାର୍ଚ୍ଚ ୨୩ ତାରିଖରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନର ଶେଷ ତାରିଖ ମାର୍ଚ୍ଚ ୩୦ ତାରିଖ ରଖାଯାଇଛି । ମାର୍ଚ୍ଚ ୩୧ ତାରିଖରେ ନାମାଙ୍କନ ଯାଂଚ କରାଯିବ । ଏପ୍ରିଲ ୩ ତାରିଖରେ ନାମାଙ୍କନ ପ୍ରତ୍ୟାହାରର ଶେଷ ରହିଛି । ସେହିପରି ମେ ୨ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ବାହାରିବ । ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ଖାଲି ପଡିଥିଲା ପିପିଲି ଆସନ ।
ନିର୍ବାଚନ କମିଶନଙ୍କ ପକ୍ଷରୁ ଆଜି ୨ଟି ସଂସଦୀୟ କ୍ଷେତ୍ର ଓ ୧୪ଟି ବିଧାନସଭା କ୍ଷେତ୍ର ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଆସନ୍ତା ୨୩ରେ ଏହି ସବୁ ଆସନ ପାଇଁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇବ । ମାର୍ଚ୍ଚ ୩୦ରେ ନାମାଙ୍କନ ପତ୍ର ପ୍ରକ୍ରିୟା ଆର୍ମଭ ହେବ । ସେହିପରି ୩୧ରେ ନାମାଙ୍କନ ପତ୍ର ଯାଂଚ କରାଯିବ । ଅପ୍ରେଲ ୩ରେ ନାମାଙ୍କନ ପତ୍ର ଦାଖଲର ଶେଷ ତାରିଖ ରହିଛି । ଅପ୍ରେଲ ୧୭ରେ ନିର୍ବାଚନ ହେବାର ଥିବାବେଳେ ମେ’ ୨ରେ ଭୋଟ ଗଣତି ହେବ ।