ପିଲା ଜନ୍ମ କରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି : ପ୍ରଦୀପ ମହାରଥୀ

ପିଲା ଜନ୍ମ କରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି : ପ୍ରଦୀପ ମହାରଥୀ

ପିଲା ଜନ୍ମ କରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି : ପ୍ରଦୀପ ମହାରଥୀ
ଭୁବନେଶ୍ୱର: ଗଣଶିକ୍ଷା ମନ୍ତ୍ରୀ ସମୀର ଦାସଙ୍କୁ କଟାକ୍ଷ । ଆଉ ଏହି କଟାକ୍ଷ କରିଛନ୍ତି ବିଧାୟକ ପ୍ରଦୀପ ମହାରଥୀ । ପିଲା ଜନ୍ମ କରି ବାଞ୍ଝ ଦୋଷରୁ ମୁକ୍ତି ପାଇଲେ ଚଳିବନି । ପିଲାମାନଙ୍କ ଲାଳନପାଳନ କରାଯିବା ଆବଶ୍ୟକ ବୋଲି କହି ମହାରଥୀ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସଙ୍କୁ କଟାକ୍ଷ କରିଛନ୍ତି । ସ୍କୁଲରେ ହୋଇଥିବା ପାଇଖାନା ବ୍ୟବସ୍ଥାକୁ ନେଇ ମହାରଥୀ ଏଭଳି କଟାକ୍ଷ କରିଛନ୍ତି । ମହାରଥୀ କହିଥିଲେ ଯେ, ସ୍କୁଲଗୁଡ଼ିକରେ ବହୁତ ପାଇଖାନା ହୋଇଛି । ହେଲେ ସେଗୁଡ଼ିକରେ ପାଣିର ସୁବିଧା ହୋଇଛି କି, ନିୟମିତ ସଫା ହେଉଛି କି ବୋଲି ମହାଥୀ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସଙ୍କୁ ପ୍ରଶ୍ନ କରିଥିଲେ । ଏହାସହ ଉପେରାକ୍ତ ମନ୍ତବ୍ୟ ଦେଇ କଟାକ୍ଷ କରିଥିଲେ । ଗଣଶିକ୍ଷାମନ୍ତ୍ରୀ ଆଜି ଗୃହରେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ରାଜ୍ୟରେ ୧୬ ହାଜର ୧୧୭ଟି ଇଂରାଜୀ ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି । ୨୮୮ଟି ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟରେ ପାଇଖାନା ତିଆରି ହୋଇଛି । କେବଳ କେନ୍ଦ୍ରାପଡ଼ାର ଗୋଟିଏ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ବ୍ୟବସ୍ଥା ହୋଇପାରି ନାହିଁ । ସେହିପରି ୧୧ଟି ସରକାରୀ ଅନୁଦାନପ୍ରାପ୍ତ ବାଳିକା ଉଚ୍ଚ ବିଦ୍ୟାଳୟରେ ପାଇଖାନା ସୁବିଧା ନାହିଁ । ଜାଗା ଅସୁବିଧା ଯୋଗୁଁ ପାଇଖାନା ହୋଇପାରୁନି । ତେବେ ବିଭାଗ ଏ ଉପରେ ପଦକ୍ଷେପ ନେଉଛି ବୋଲି ମନ୍ତ୍ରୀ କହିଛନ୍ତି ।