ପୁଣି ଅଟକିଲା ମୋଦିଙ୍କ ଫିଲ୍ମ;ସୁପ୍ରିମ କୋର୍ଟ ଲଗାଇଲା ରୋକ

ପୁଣି ଅଟକିଲା ମୋଦିଙ୍କ ଫିଲ୍ମ;ସୁପ୍ରିମ କୋର୍ଟ ଲଗାଇଲା ରୋକ

ପୁଣି ଅଟକିଲା ମୋଦିଙ୍କ ଫିଲ୍ମ;ସୁପ୍ରିମ କୋର୍ଟ ଲଗାଇଲା ରୋକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ ‘ପିଏମ ନରେନ୍ଦ୍ର ମୋଦୀ’ ଚଳିତ ନିର୍ବାଚନ ପ୍ରକିୟା ଶେଷ ହେବା ପର୍ଯ୍ୟନ୍ତ ମୁକ୍ତିଲାଭ କରିପାରିବେ ନାହିଁ ଏବଂ ନମୋ ଟିଭିର ପ୍ରସାରଣ ମଧ୍ୟ ବନ୍ଦ ରହିବ ବୋଲି ଆଜି ନିର୍ବାଚନ କମିସନ ନିଦେ୍ର୍ଧଶନାମା ଜାରି କରିଛନ୍ତି । ମୋଦୀଙ୍କ ବାୟୋପିକ ଆସନ୍ତାକାଲି ମୁକ୍ତଲାଭ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବା ବେଳେ ଆଜି ନିର୍ବାଚନ କମିସନଙ୍କ କଟକଣା ଚଳଚ୍ଚିତ୍ର ନିର୍ମାତାଙ୍କ ପାଇଁ ବଡ ଝଟକା ହୋଇଛି । ନିର୍ବାଚନ କମିସନ ଯେଉଁ ନୀତି ଆଧାରରେ ଏହି ଫିଲ୍ମ ଉପରେ କଟକଣା ଲଗାଇଛନ୍ତି, ସେହି ସମାନ କଟକଣା ନମୋ ଟିଭି କ୍ଷେତ୍ରରେ ମଧ୍ୟ ଲାଗୁ ହୋଇଛି ବୋଲି ନିର୍ବାଚନ କମିସନଙ୍କ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଦର୍ଶ ଆଚରଣ ବିଧି ବଳବତର ରହିଥିବା ସମୟରେ ପ୍ରାର୍ଥୀଙ୍କୁ ନେଇ ଚଳଚ୍ଚିତ ଏବଂ ସ୍ୱତନ୍ତ୍ର ଟିଭି ଚ୍ୟାନେଲ ନିର୍ବାଚନ ପ୍ରକ୍ରିୟାକୁ ପ୍ରଭାବିତ କରିବ, ତେଣୁ ସେଭଳି କୌଣସି ପଦକ୍ଷେପକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି । ନମୋ ଟିଭିରେ କେବଳ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାଷଣ ଏବଂ ବଜେପି ବିଜ୍ଞାପନ ପ୍ରସାରଣ ହେଉଥିଲା । ଏହି ଚ୍ୟାନେଲକୁ ରୋକିବା ପାଇଁ ବିରୋଧୀ ଦଳଗୁଡିକ ନିର୍ବାଚନ କମିସନଙ୍କ ନିକଟରେ ଦୃଢ ଦାବି ଉପସ୍ଥାପନ କରିଥିଲେ । କୌଣସି ରାଜନୈତିକ ଦଳ କିମ୍ବା ବ୍ୟକ୍ତିବିଶେଷଙ୍କୁ ସୁହାଇଲା ଭଳି କୌଣସି ଫିଲ୍ମ ନିର୍ବାଚନ ସମୟରେ ଇଲେକଟ୍ରୋନିକ ମିଡିଆରେ ପ୍ରଦଶିତ ହେବା ଉଚିତ ନୁହେଁ ବୋଲି କମିସନ କହିଛନ୍ତି । ତେଣୁ ମୋଦୀଙ୍କ ଜୀବନୀ ଚଳଚ୍ଚିତ୍ର ନିର୍ବାଚନ ସରିବା ପର୍ଯ୍ୟନ୍ତ ମୁକ୍ତିଲାଭ କରିପାରିବ ନାହିଁ । ୭ ଟି ପର୍ଯ୍ୟାୟରେ ନିର୍ବାଚନ ସରିବା ପରେ ହିଁ ଏହା ମୁକ୍ତି ଲାଭ କରିପାରିବ ବୋଲି କମିସନ କହିଛନ୍ତି । ସୁପ୍ରିମକୋର୍ଟ କିମ୍ବା ହାଇକୋର୍ଟ ବରିଷ୍ଠ ବିଚାରପତିଙ୍କ ଦ୍ୱାରା ଏହି ଫିଲ୍ମ ସଂକ୍ରାନ୍ତ ଆସିଥିବା ବିଭିନ୍ନ ଅଭିଯୋଗଗୁଡିକର ମଧ୍ୟ ତର୍ଜମା କରାଯିବ ବୋଲି କମିସନ କହିଛନ୍ତି । ଗତକାଲି ମୋଦୀଙ୍କ ବାୟୋପିକ ଉପରେ ରହିତାଦେଶ ଲଗାଇବାପାଇଁ ସୁପ୍ରିମକୋର୍ଟରେ ହୋଇଥିବା ଏକ ଆବେଦନ ଖାରଜ ହୋଇ ଯାଇଥିଲା ଫିଲ୍ମ ରିଲିଜ ଉପରେ ଚୁଡାନ୍ତ ନିଷ୍ପତି ନିର୍ବାଚନ କମିସନ ନେବେ ବୋଲି ସୁପ୍ରିମକୋର୍ଟ କହିଥିଲେ । ଫିଲ୍ମ ମଧ୍ୟ ଗତକାଲି ସେନସର ବୋର୍ଡରୁ ସ୍ୱୀକୃତି ମିଳିଥିଲା । କିନ୍ତୁ ରିଲିଜ ତାରିଖର ଦିନକ ପୂର୍ବରୁ ମୋଦୀଙ୍କ ବାୟୋପିକ ଉପରେ କଟକଣା ଲାଗିଛି ।