ପୁଣି ଥରେ ପୁଞ୍ଜି ନିବଶେ କରିପାରେ କୋରିଆ

ପୁଣି ଥରେ ପୁଞ୍ଜି ନିବଶେ କରିପାରେ କୋରିଆ

ପୁଣି ଥରେ ପୁଞ୍ଜି ନିବଶେ କରିପାରେ କୋରିଆ
ନୂଆଦିଲ୍ଲୀ: ଓଡ଼ିଶାରେ ପୁଣି ଥରେ ପୁଞ୍ଜି ନିବଶେ କରିପାରେ କୋରିଆ । ଏନେଇ ସୋମବାର କୋରିଆ ରାଷ୍ଟ୍ରଦୂତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି । ରାଷ୍ଟ୍ରଦୂତ ସିନ ବଙ୍ଗକିଲଙ୍କ ସହ ୪୬ ଜଣିଆ ଶିଳ୍ପ ପ୍ରତିନିଧି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ଭେଟିଛନ୍ତି । ପୋସ୍କୋ ଓଡ଼ିଶାରୁ ମୁହଁ ଫେରାଇବା ପରେ ପୁଣି ନିବେଶ ନେଇ ଆଶା ରଖିଛି । ପୋସ୍କୋ ନେଇ ତିକ୍ତ ଅନୁଭୂତି ଓ ଏଥିରୁ ଶିକ୍ଷା ବୋଲି ରାଷ୍ଟ୍ରଦୂତ ସିନ ବଙ୍ଗକିଲ କହିଛନ୍ତି । ପୋସ୍କୋ ବହୁ ବାଧାବିଘ୍ନର ସମ୍ମୁଖୀନ ହୋଇ ଶେଷରେ ଓହରିଯାଇଥିଲା ବୋଲି ସିନ ବଙ୍ଗକିଲ କହିଛନ୍ତି । ପୋସ୍କୋ ଘଟଣାରୁ ଉଭୟ ପକ୍ଷ ଶିକ୍ଷାଲାଭ କରିଥିବା ଆଶା । ପୋସ୍କୋ ଶିକ୍ଷା ପରେ ଏବେ ନୂଆ କରି ଆରମ୍ଭ କରିବା ଓ ଆଗେଇବା ବୋଲି ସେ କହିଛନ୍ତି ।