ବିଜେପୁର ଉପନିର୍ବାଚନ; ନବୀନ ନିବାସରେ ବୈଠକ

ବିଜେପୁର ଉପନିର୍ବାଚନ; ନବୀନ ନିବାସରେ ବୈଠକ

ବିଜେପୁର ଉପନିର୍ବାଚନ; ନବୀନ ନିବାସରେ ବୈଠକ
ଭୁବନେଶ୍ୱର : ବିଜେପୁର ଉପନିର୍ବାନ ତାରିଖ ଘୋଷଣା ପରେ ତିନି ରାଜନୈତିକ ଦଳର ପ୍ରସ୍ତୁତି ତେଜିଛି । ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟାଳୟରେ ଏ ପ୍ରସଙ୍ଗରେ ଚର୍ଚ୍ଚା ହୋଇଥିଲା ବେଳେ ବିଜେଡି ପକ୍ଷରୁ ନବୀନ ନିବାସରେ ବୈଠକ ବସୁଛି । ବୈଠକରେ ବିଜେଡି ନିଜ ପ୍ରାର୍ଥୀଙ୍କ ନାମ ମଧ୍ୟରେ ଚୂଡ଼ାନ୍ତ କରିପାରେ ବୋଲି ସୂଚନା ମିଳିଛି । ବିଜେପୁର ପାଇଁ ୪ ଜଣ ନେତାଙ୍କୁ ନେଇ ଦଳ ଗଢ଼ିଛି ନିର୍ବାଚନ କମିଟି । ଏହି କମିଟିରେ ରହିଛନ୍ତି ବରିଷ୍ଠ ନେତା ତଥା ନିରଞ୍ଜନ ପୂଜାରୀ, ମନ୍ତ୍ରୀ ସୁଶାନ୍ତ ସିଂହ, କଳିକେଶ ନାୟୟଣ ସିଂହଦେଓ, ସଞ୍ଜୟଦାସ ବର୍ମା । ଏହି ନେତାମାନେ ହିଁ ବିଜେପୁର ପାଇଁ ବିଜେଡିର ରଣକୌଶଳ ପ୍ରସ୍ତୁତ କରିବେ । ନିର୍ବାଚନ ପ୍ରକି୍ରୟାକୁ ପରିଚାଳନା କରିବେ । ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ମଧ୍ୟ ଗୁରୁଦାୟିତ୍ୱ ସମ୍ଭାଳିବେ । ଏହି ନେତାଙ୍କ ସହ ଆଉ କିଛି ବରିଷ୍ଠ ନେତାଙ୍କ ସହ ନବୀନଙ୍କ ସହ ବୈଠକରେ ସାମିଲ ହେବେ ବୋଲି ସୂଚନା ମିଳିଛି । କଂଗ୍ରେସ ମଧ୍ୟ ଆସନ୍ତା ୨୪ରେ ବିଜେପୁର ପାଇଁ ଡାକିଛି ବୈଠକ ।