ବିଜେପିର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ : କଂଗ୍ରେସ
ବିଜେପିର ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ : କଂଗ୍ରେସ
admin
Feb 17, 2020 - 17:16
Updated: Feb 17, 2020 - 17:16
ଭୁବନେଶ୍ୱର ତା ୧୭.୦୨. ସଂଘ ପରିବାର ଓ ଭାଜପାର ରକ୍ତ ହେଉଛି ଦଳିତ ବିରୋଧି, ଆଦିବାସୀ ବିରୋଧି ଓ ପଛୁଆବର୍ଗ ବିରୋଧି । ଭାଜପା, ମୋଦୀ ସରକାର ଏବଂ ଉତରାଖଣ୍ଡ ସରକାର ମିଳିମିଶି ପୁଣିଥରେ ଏସ୍.ସି / ଏସ୍.ଟି/ ଓବିସି ବର୍ଗର ସରକାରୀ ଚାକିରୀରେ ସଂରଣକ୍ଷ ପାଇଁ ଥିବା ମୌଳିକ ତଥା ସାମ୍ବିଧାନିକ ଅଧିକାରକୁ ଜୋର ଜବରଦସ୍ତ ଷଡ଼ଯନ୍ତ୍ର କରି ତଥା ଚଂଚକତାପୂର୍ଣ୍ଣ ଭାବେ ଛଡ଼ାଇନେବାକୁ ପ୍ରୟାସ କରିଛନ୍ତି । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଉତରାଖଣ୍ଡର ଭାଜପା ସରକାର ସୁପ୍ରିମକୋର୍ଟରେ ଦାଖଲ କରିଥିବା ଦସ୍ତାବିଜ ଓ ତଥ୍ୟ !
ଏହି ଭାଜପା ସରକାର ମାନ୍ୟବର ସୁପ୍ରିମକୋର୍ଟରେ ଯୁକ୍ତି ବାଢ଼ିଛନ୍ତି
ଯେ, ଏସ୍.ସି./ଏସ୍.ଟି ବର୍ଗଙ୍କର ସରକାରୀ ଚାକିରିରେ ସଂରକ୍ଷଣ ଆଶା କରିବା ସେମାନଙ୍କର ମୌଳସିକ ଅଧିକାର ନୁହେଁ । ଏସ୍.ସି / ଏସ୍.ଟି ବର୍ଗଙ୍କୁ ଅତ୍ୟନ୍ତ ହେୟମନେ କରି ମାନ୍ୟବର ସୁପ୍ରିମକୋର୍ଟରେ ଉତରାଖଣ୍ଡ ଭାଜପା ସରକାର ଏକଥା ମଧ୍ୟ ଯୁକ୍ତି ବାଢ଼ିଛନ୍ତି ଯେ ଏସ୍.ସି / ଏସ୍.ଟି ବର୍ଗଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦେବା ସରକାରଙ୍କର କୌଣସୀ ସାମ୍ବିଧାନିକ କର୍ତବ୍ୟ ନୁହେଁ । ଏ ସଂପର୍କରେ ମାନ୍ୟବର ସୁପ୍ରିମକୋର୍ଟ ଦେଇଥିବା ରାୟର ପାରା ୮ ଅନୁଯାୟୀ ଭାଜପା ସରକାର ଏହି ସମ୍ବିଧାନ ବିରୋଧି ତଥା ଏସ୍.ସି / ଏସ୍.ଟି ବିରୋଧି ତଥ୍ୟକୁ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଦୁର୍ଭାଗ୍ୟବଶତଃ ଗ୍ରହଣ କରିନେଲେ ଏବଂ ତାଙ୍କ ରାୟର ବାଧ୍ୟ ହୋଇ ଦର୍ଶାଇଲେ ଯେ, ସରକାରୀ ଚାକିରୀରେ ସଂରକ୍ଷଣ ଦେବା ନ’ ଦେବା ସରକାରଙ୍କ ଇଚ୍ଛାଧିନ ବ୍ୟାପାର । ଏ ସଂପର୍କରେ ମାନ୍ୟବର ସର୍ବୋଚ୍ଚ ନ୍ୟାୟାଳୟ ତାଙ୍କ ରାୟର ପାରା ୧୨ ଅନୁଯାୟୀ ଏଥିଣୁ ସ୍ପଷ୍ଟ ପ୍ରମାଣିତ ହୋଇଗଲା ଯେ ଲୋକଙ୍କୁ ଆଜିଯାଏ ସମ୍ବିଧାନ ଦେଇ ଆସିଥିବା ମୌଳିକ ଅଧିକାରରୁ ବଂଚିତ କରିବା ପାଇଁ ଭାଜପା ଖୋଲାଖୋଲି ଚାହୁଁଛି କଂଗ୍ରେସ ଏହାକୁ ଆଦୌ ବରଦାସ୍ତ କରିବ ନାହିଁ ବୋଲି ଏଆଇସିସିର ପ୍ରବକ୍ତା ରାଜୀବ ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ମତବ୍ୟକ୍ତ କରିଥିଲେ ! ସଂରକ୍ଷଣ ବ୍ୟବସ୍ଥାକୁ ଉଚ୍ଛେଦ କରିବା ସଂପର୍କରେ ସଂସଦକୁ ବିଭ୍ରାନ୍ତ କରୁଛନ୍ତି । ଏସ୍.ସି / ଏସ୍.ଟି / ଓବିସିଙ୍କୁ ସରକାରୀ ଚାକିରିରେ ମିଳୁଥିବା ସଂରକ୍ଷଣକୁ ଷଡ଼ଯନ୍ତ୍ର କରି ଉଚ୍ଛେଦ କରି ସଂସଦରେ ସେମାନେ
କ୍ଷମାମାଗିବା କଥା । କିନ୍ତୁ ସାରା ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ସେମାନେ ଏଣେ ଷଡ଼ଯନ୍ତ୍ର କରି ଦୋଷ ଆଉ କାହା ମୁଣ୍ଡରେ ଦେବାର ଚକ୍ରାନ୍ତ କରୁଛନ୍ତି ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଉଦ୍ବେଗ ପ୍ରକାଶ କରିଥିଲେ । କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରୀ ସଂସଦରେ ୧୦ ଫେବୃଆରୀ ୨୦୨୦ ରେ ଯେଉଁ ତଥ୍ୟ ପ୍ରଦାନ କଲେ ତାହା ଦେଶବାସୀଙ୍କୁ ବିଭ୍ରାନ୍ତ କରିବା ପାଇଁ ତଥା ଏସ୍.ସି / ଏସ୍.ଟି ସରକାରୀ ଚାକିରିରେ ମିଳୁଥିବା ସଂରକ୍ଷଣକୁ ଭାଜପା
ଉଚ୍ଛେଦ କରିବା ପ୍ରସଙ୍ଗରୁ ଦେଶବାସୀଙ୍କ ଦୃଷ୍ଟି ଅନ୍ୟ ଆଡ଼େ ନେଇଯିବା ପାଇଁ ଉଦ୍ଦିଷ୍ଟ । (ମନ୍ତ୍ରୀଙ୍କ ବିବରଣୀରେ ଏକ ନକଲ ସଂଲଗ୍ନ କରାଗଲା) ମୋଦୀ ସରକାର ଏବଂ ସାମାଜିକ ନ୍ୟାୟ ମନ୍ତ୍ରୀ ସମଗ୍ର ଦେଶବାସୀଙ୍କୁ ଏକଥା ଜଣାଇଲେ ନାହିଁଯେ, ଉତରାଖଣ୍ଡର ପୂର୍ବ କଂଗ୍ରେସ ସରକାର କେବେବି ମାନ୍ୟବର ସୁପ୍ରିମକୋର୍ଟରେ କୌଣସୀ ଅପିଲ୍ ବା ଏସ୍.ଏଲ.ପି. ଏହି ସଂରକ୍ଷଣ ସମ୍ବଦ୍ଧରେ ଦାଖଲ କରିନଥିଲେ । ମାନ୍ୟବର ସୁପ୍ରିମକୋର୍ଟ ୭ ଫେବୃଆରୀ ୨୦୨୦ ରେ ଯେଉଁ ରାୟ ଦେଲେ, ତାହା ଉତରାଖଣ୍ଡର ବିଜେପି ସରକାର ଦାୟର କରିଥିବା ତା ୦୯.୧୧.୨୦୧୯ ରିଖରେ ଏସ୍.ଏଲ.ପି ୨୭୭୧୫/୨୦୧୯ ଅନୁସାରେ ହୋଇଅଛି । ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟର ପାରା ୭କୁ ତର୍ଜମା କଲେ ଏକଥା ସ୍ପଷ୍ଟ ଭାବେ ବୁଝାପଡ଼ୁଛି । ଉତରାଖଣ୍ଡର ବିଜେପି ସରକାର ସୁପ୍ରିମକୋର୍ଟରେ ଏସ୍.ଏଲ.ପି. ଦାଖଲ କଲେ । ଉତରାଖଣ୍ଡର ବିଜେପି ସରକାର ଦ୍ୱାରା ନିଯୁକ୍ତ ସରକାରୀ ଓକିଲ ମଧ୍ୟ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଯୁକ୍ତି ଦର୍ଶାଇଲେଯେ, ସରକାରୀ ଚାକିରୀରେ ଏସ୍.ସି / ଏସ୍.ଟିଙ୍କ ସଂରକ୍ଷଣ ସାମ୍ବିଧାନିକ କର୍ତବ୍ୟ ନୁହେଁ । ବିଜେପି ସରକାରର ଏହି ଯୁକ୍ତି ଆଧାରରେ ଦୁର୍ଭାଗ୍ୟବଶତଃ ମାନ୍ୟବର ସୁପ୍ରିମକୋର୍ଟ ମଧ୍ୟ ଦଳିତ, ଆଦିବାସୀ ତଥା ପଛୁଆ ବର୍ଗଙ୍କୁ ସରକାରୀ ଚାକିରିରେ ସଂରକ୍ଷଣ ଦେବାକୁ ମନା କରିଦେଲେ । ଏଣୁ, ଦେଶର ଜନସାଧାରଣଙ୍କୁ ବିଭ୍ରାନ୍ତ କରି ଏହାକୁ କଂଗ୍ରେସ-ଭାଜପା ବିବାଦର ରୁପ ଦେବାକୁ ଭାଜପା ନେତୃମଣ୍ଡଳୀ ଚତୁରତା ସହ ଗୋଟି ଚଳାଇ ଦଳିତ, ଆଦିବାସୀ ଓ ପଛୁଆ ବର୍ଗଙ୍କୁ ମୌଳିକ ଅଧିକାରରୁ ବଂଚିତ କରିବା ପ୍ରସଙ୍ଗରୁ ଦେଶବାସୀଙ୍କ ଦୃଷ୍ଟି ହଟେଇ ନେଇଛନ୍ତି ବୋଲି ଓଡ଼ିଶା ପ୍ରଭାରୀ ଶ୍ରୀଯୁକ୍ତ ଜିତେନ୍ଦ୍ର ସିଂହ ମତବ୍ୟକ୍ତ କରିଥିଲେ । ବିଗତ ଦିନରେ ଆର.ଏସ୍.ଏସ୍ ର ସଂଘଚାଳକ ଶ୍ରୀ ମୋହନ ଭାଗବତ ଏବଂ ତାଙ୍କର ପ୍ରସାର ପ୍ରମୁଖ ଶ୍ରୀ ମନମୋହନ ବୈଦ୍ୟ ସରାକରୀ ସଂରକ୍ଷଣ ବ୍ୟବସ୍ଥାକୁ ପୁର୍ନବିଚାର କରିବା ପାଇଁ ବାରମ୍ବାର ଚାପ ପକାଉଥିଲେ । ଚକ୍ରାନ୍ତ କରି ଦିଲ୍ଲୀର ଐତିହାସିକ ରବିଦାସ ମନ୍ଦିରକୁ ଧୂଳିସାତ କରି ଦିଆଗଲା । ବିଜେପି ମଧ୍ୟ ଏସ୍.ସି / ଏସ୍.ଟି (ନିର୍ଯ୍ୟାତନା ନିରୋଧ) ଧାରା ୧୯୮୯କୁ ମାନ୍ୟବର ସୁପ୍ରିମକୋର୍ଟ ଦ୍ୱାରା ଉଚ୍ଛେଦ ହେବାକୁ ସମର୍ଥନ କରିଥିଲା । ଅତୀତରେ କଂଗ୍ରେସ ଦଳ ସଂସଦରେ ଏହାକୁ ବିରୋଧ କରିଥିବାରୁ ଏହା ଉଚ୍ଛେଦ ହୋଇପାରିଲା ନାହିଁ ।
ଏନ୍ସିଆରବିର ରିପୋର୍ଟ ଅନୁସାରେ ୨୦୧୭ ରେ ଦଳିତ ଉତ୍ପୀଡ଼ିତ ବିରୁଦ୍ଧରେ ୪୩,୨୦୩ ମାମଲା ରୁଜୁ ହୋଇଛି । ଅର୍ଥାଥ୍ ପ୍ରତିଦିନ ଦେଶରେ ୧୧୮ଜଣ ଦଳିତ ଉତ୍ପାଡିତ ହେଉଛନ୍ତି ଏବଂ ପ୍ରତି ଘଂଟାରେ ୫ଟି ଦଳିତ ଉତ୍ପୀଡ଼ନ ମାମଲା ରୁଜୁ ହେଉଛି । ଖାଲି ସେତିକି ନୁହେଁ । ଏସ୍.ସି / ଏସ୍.ଟି /ଓବିସି ବର୍ଗ ପାଇଁ ସଂରକ୍ଷିତ ପଦବୀ ବର୍ଷ ଧରି ପୁରଣ କରାଯାଉନାହିଁ । ଏହି ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବୃତିରେ ପରିମାଣ ମଧ୍ୟ ଦିନକୁ ଦିନ କମ୍ ହେବାରେ
ଲାଗିଛି ବୋଲି ପିସିସି କାର୍ଯ୍ୟକାରୀ ସଭାପତି ଶ୍ରୀ ପ୍ରଦୀପ ମାଝୀ ମତବ୍ୟକ୍ତ କରିଥିଲେ ।
ଦଳିତ, ଆଦିବାସୀ ଓ ପଛୁଆବର୍ଗଙ୍କୁ ମିଳୁଥିବା ସାମ୍ବିଧାନିକ
ଅଧିକାରୁ ବିଜେପି ବଂଚିତ କରିବାକୁ ଯୋଜନା ବଦ୍ଧ ଭାବେ ଚକ୍ରାନ୍ତ କରୁଛନ୍ତି ।
ରାହୁଲ ଗାନ୍ଧୀ ଆହ୍ୱାନ ଦେଇଛନ୍ତି ଯେ, ପ୍ରତ୍ୟେକ କଂଗ୍ରେସ ସଦସ୍ୟ, ସଦସ୍ୟା, ବିଜେପିର ଏହି ଗରିବ, ଦଳିତ, ଆଦିବାସୀ ଓ ପଛୁଆବର୍ଗ ବିରୋଧି ଅସାମ୍ବିଧାନିକ ପଦକ୍ଷେପ ବିରୁଦ୍ଧରେ ସ୍ୱର ଉତୋଳନ କରନ୍ତୁ । ଏହି ବର୍ଗର ଜନସାଧାରଣ ସେମାନଙ୍କ ସାମ୍ବିଧାନିକ ମୌଳିକ ଅଧିକାରରୁ ଯେପରି ବଂଚିତ ନ’ ହୁଅନ୍ତି ସେ ସଂପକରେ ସମଗ୍ର ଦେଶବାସୀଙ୍କୁ ସଚେତନ କରିବା ପାଇଁ ଆଗେଇ ଆସିବାର ସମୟ ଆସିଛି ଓ ଖୁବଶୀଘ୍ର ଏସ୍.ସି / ଏସ୍.ଟି ଓ ଓବିସିଙ୍କ ପ୍ରତି ବିଜେପି ର ଷଡ଼ଯନ୍ତ୍ରର ପର୍ଦାଫାସ କରିବା ପାଇଁ ଆନ୍ଦୋଳନ ବ୍ୟାପକ କରିବା ସହ ଜନସାଧାରଣଙ୍କ ବିଭିନ୍ନ ସଭା ଓ ସମିତିରେ ଅବଗତ କରାଯିବ ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ମତବ୍ୟକ୍ତ କରିଥିଲେ । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏଆଇସିସି ସଂପାଦକ ଶ୍ରୀ ରୁଦ୍ର ରାଜୁ, ଅନୀଲ ଚୌଧୁରୀ ଓ ଓପିସିସିର ପାକ୍ତନ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ ଉପସ୍ଥିତ ଥିଲେ ।