ପୁଲିସ ଦେବେ ଡବଲ ଜୋରିମାନା, ଜାଣନ୍ତୁ କାହିଁକି

ପୁଲିସ ଦେବେ ଡବଲ ଜୋରିମାନା, ଜାଣନ୍ତୁ କାହିଁକି

ପୁଲିସ ଦେବେ ଡବଲ ଜୋରିମାନା, ଜାଣନ୍ତୁ କାହିଁକି
ଭୁବନେଶ୍ୱର: ଯୁଆଡେ଼ ଯିବ ସିଆଡେ଼ ଚାଲିଛି କଡ଼ା ଯାଞ୍ଚ । ଡାକ୍ତର ତାଳରୁ ତଳିପା ଯାଏଁ ଯାଞ୍ଚ କରିବା ଭଳି ଟ୍ରାଫିକ ପୁଲିସ ହେଲମେଟ ଠାରୁ ପଲୁ୍ୟସନ ଯାଏଁ ସବୁ କିଛି ତନ୍ନତନ୍ନ କରି ଦେଖୁଛନ୍ତି । କାଗଜପତ୍ର ନଥିଲେ ଆଇନ ଖାତା ଆଡେ଼ଇ ହଜାର ହଜାର ଟଙ୍କାର ଜୋରିମାନା ବୋଝ ବି ଲଦି ଦେଉଛନ୍ତି । ଯାହା ଏବେ ଅଧିକାଂଶଙ୍କ ଟେନସନ ବଢାଇ ଦେଇଛି । ପୁଲିସ ବାବୁ ମନଇଚ୍ଛା ବୋଝ ଲଦୁ ଥିବା ବେଳେ ବିଚରା ବାଇକ, ଅଟୋ ଓ କାର ଚାଳକ ହନ୍ତସନ୍ତ ହେଉଛନ୍ତି । ତେବେ ପୁଲିସ ବାବୁଙ୍କ ମନମାନି ଉପରେ ଲଗାମ ଦେବାକୁ ସରକାର ଯୋଜନା କରିଛନ୍ତି । ଲୋକଙ୍କୁ ଅଯଥା ହଇରାଣ ନକରିବାକୁ ପରାମର୍ଶ ଦେଇଛନ୍ତି । ଖାଲି ସେତିକି ନୁହେଁ ଯଦି ପୁଲିସ ବା ପରିବହନ ଅଧିକାରୀ ଭୁଲରେ ଜୋରିମାନା ବୋଝ ଲଦନ୍ତି ତେବେ ତାଙ୍କୁ ସେଥିପାଇଁ ଡବଲ ଜୋରିମାନା ଦେବାକୁ ପଡ଼ିବ । ଏହି ସୂଚନା ଦେଇଛନ୍ତି ପରିବହନ ସଚିବ ଜି.ଶ୍ରୀନିବାସ । ତାଙ୍କୁ ସୂଚନା ଅନୁଯାୟୀ ଭୁଲରେ ଜୋରିମାନା ଆଦାୟ କରୁଥିବା କର୍ମଚାରୀ ବି ଜୋରିମାନା ଗଣିବେ । ଭୁଲରେ ଜୋରିମନା କଲେ ସମ୍ପୃକ୍ତ କର୍ମଚାରୀ ଡବଲ ଜୋରିମାନା ଦେବେ । କମ୍ପାଉଣ୍ଡ ଜୋରିମାନା ସମ୍ପର୍କରେ ମଧ୍ୟ ପରିବହନ ସଚିବ ସୂଚନା ଦେଇ କହିଛନ୍ତି ଯେ, ଧରାପଡ଼ିଲେ ଯେକୌଣସି ଗୋଟିଏ ଜୋରିମାନା କରିବାକୁ ଯୋଜନା କରାଯାଉଛି ।