ପେଟ୍ରୋଲ ଦର ଆକାଶଛୁଆଁ : ପେଟ୍ରୋଲ ପମ୍ପ ଆଗରେ ୧୧ରେ ଧାରଣା ଦେବ କଂଗ୍ରେସ

ପେଟ୍ରୋଲ ଦର ଆକାଶଛୁଆଁ : ପେଟ୍ରୋଲ ପମ୍ପ ଆଗରେ ୧୧ରେ ଧାରଣା ଦେବ କଂଗ୍ରେସ

ପେଟ୍ରୋଲ ଦର ଆକାଶଛୁଆଁ : ପେଟ୍ରୋଲ ପମ୍ପ ଆଗରେ ୧୧ରେ ଧାରଣା ଦେବ କଂଗ୍ରେସ
ଭୁବନେଶ୍ୱର: କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି । ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯଦ୍ୱାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ବିଗତ ୧୩ ମାସ ମଧ୍ୟରେ ପେଟ୍ରୋଲ ଲିଟର ପ୍ରତି ଦର ଟ.୨୫.୭୨ ପଇସା ଓ ଡିଜେଲ ଦର ଟ ୨୩.୯୩ ଟଙ୍କା କେନ୍ଦ୍ର ସରକାର ବଢ଼ାଇଥିଲା ବେଳେ ଏହି ବର୍ଷର ଗତ ୫ମାସ ମଧ୍ୟରେ ୪୩ ଥର ଦର ବୃଦ୍ଧି କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଅଟେ । ସରକାର ଟିକସ ବୃଦ୍ଧିର ବାହାନାରେ ମହାମାରୀ ସମୟରେ ଲୋକଙ୍କଠାରୁ ଲୁଟିବା ଓ ଅବିଳମ୍ବେ ତୈଳଯାତ ଦ୍ରବ୍ୟ (ଉଭୟ ପେଟ୍ରୋଲ ଓ ଡିଜେଲ) ଅଖିଳ ଭାରତ କଂଗ୍ରେସ କମିଟିର ନିଦେ୍ର୍ଧଶ ମୁତାବକ ଚଳିତ ମାସ ଜୁନ ୧୧ ତାରିଖ ଶୁକ୍ରବାର ପ୍ରାତଃ ୭ ଘଟିକାରୁ ୧୧ ଘଟିକା ପର୍ଯ୍ୟନ୍ତ (ତାଲାବନ୍ଦ ସମୟ ମଧ୍ୟର) ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସ ଦଳ ତରଫରୁ ସାଂକେତିକ ଭାବେ ଧାରଣା ଓ ବିକ୍ଷୋଭ କରିବାକୁ ପିସିିସି ପକ୍ଷରୁ ନିଷ୍ପତି ନିଆଯାଇଛି ବୋଲି ଆଜି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ପିସିସି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି । ଏହି ଅବସରରେ କୋଭିଡ-୧୯ର ସମସ୍ତ ନୀତିନିୟମକୁ ଅନୁପାଳନ କରି ଯଥା ମାସ୍କ ପିନ୍ଧିବା, ସାମାଜିକ ଦୂରତାକୁ ବଜାୟରଖି କରି ବ୍ୟାନର, ପ୍ଲାକାର୍ଡÿରେ 'ଡିଜେଲ, ପେଟ୍ରୋଲ ଓ ରନ୍ଧନ ଗ୍ୟାସ ଦର ବୃଦ୍ଧି, ଆର୍ଥିକ ମାନ୍ଦାବସ୍ଥା, ଉକôଟ ବେକାରୀ ସମସ୍ୟା ବୃଦ୍ଧି, ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଆକାଶଛୁଆଁ ଦର ବୃଦ୍ଧି ଓ ମଜୁରୀ ଓ ରୋଜଗାର କମିବା ଉପରେ ସ୍ଲୋଗାନ ଲେଖି ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ବିଫଳତା ବିଷୟରେ ସୂଚାଇବାକୁ ବିଶେଷ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ ।