ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ମତଦାନ କରିବେ ୬୦ ଲକ୍ଷରୁ ଊଦ୍ଧ୍ୱର୍ ଭୋଟର
admin
Apr 6, 2019 - 05:44
Updated: Apr 6, 2019 - 05:44
ଭୁବନେଶ୍ୱର : ପ୍ରଥମ ପର୍ଯ୍ୟାୟ ସାଧାରଣ ନିର୍ବାଚନ ଆସନ୍ତା ୧୧ ତାରିଖରେ ଅନୁଷ୍ଠିତ ହେବ । ଏଥିରେ ଚାରିଗୋଟି ଲୋକସଭା ଆସନ ଯଥା- କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର ଓ କୋରାପୁଟ ସହ ଏହା ଅଧୀନସ୍ଥ ୨୮ ଗୋଟି ବିଧାନସଭା ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ ।
ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୨୬ ଜଣ ପାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୨ ଜଣ ମହିଳା ପାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୨୬ ଜଣ ପାର୍ଥୀଙ୍କ ମଧ୍ୟରୁ ୧୨ ଜଣ ଜାତୀୟ ଦଳର, ୪ ଜଣ ରାଜ୍ୟସ୍ତରୀୟ ଦଳର, ୭ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୩ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ ।
ସେହିପରି ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନରେ ୧୯୧ ଜଣ ପାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏମାନଙ୍କ ମଧ୍ୟରେ ୧୭୫ ଜଣ ପୁରୁଷ ଓ ୧୬ ଜଣ ମହିଳା ପାର୍ଥୀ ଅଛନ୍ତି । ଏହି ନିର୍ବାଚନରେ ୧୯୧ ଜଣ ପାର୍ଥୀଙ୍କ ମଧ୍ୟରୁ ୭୯ ଜଣ ଜାତୀୟ ଦଳର, ୨୮ ଜଣ ରାଜ୍ୟସ୍ତରୀୟ ଦଳର, ୩୮ ଜଣ ଅନ୍ୟାନ୍ୟ ଦଳର ହୋଇଥିବାବେଳେ ୪୬ ଜଣ ସ୍ୱାଧୀନ ପ୍ରାର୍ଥୀ ନିର୍ବାଚନରେ ଅଂଶଗ୍ରହଣ କରିବେ ।
ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୨୩୩ ବୁଥ୍ରେ ୨୯୭୨୯୨୫ ପୁରୁଷ ଭୋଟର, ୩୦୩୦୨୨୨ ମହିଳା ଭୋଟର ଓ ୫୬୦ ଜଣ ତୃତୀୟ ଲିଙ୍ଗ ଭୋଟରଙ୍କୁ ମିଶାଇ ମୋଟ ୬୦ ଲକ୍ଷ ୩ ହଜାର ୭୦୭ ଜଣ ଭୋଟର ସେମାନଙ୍କର ମତଦାନ କରିବେ ।