ଫେସବୁକ ହାତରୁ ଯାଇପାରେ ହ୍ୱାଟସଆପ, ଇନଷ୍ଟାଗ୍ରାମ

ଫେସବୁକ ହାତରୁ ଯାଇପାରେ ହ୍ୱାଟସଆପ, ଇନଷ୍ଟାଗ୍ରାମ

ଫେସବୁକ ହାତରୁ ଯାଇପାରେ ହ୍ୱାଟସଆପ, ଇନଷ୍ଟାଗ୍ରାମ
ୱାଶିଂଟନ: ସୋସିଆଲ ନେଟୱାର୍କିଂ ସାଇଟ ଫେସବୁକକୁ ବଡ଼ ଝଟକା ଲାଗିଛି । ଆମେରିକା ବଜାରରେ ପ୍ରତିଯୋଗିତାକୁ ନିୟନ୍ତ୍ରଣ କରୁଥିବା ସରକାରୀ ଏଜେନ୍ସି ଫେଡେରାଲ ଟ୍ରେଡ କମିଶନ (ଏଫଟିସି) ଏବଂ ୪୦ ରୁ ଅଧିକ ପ୍ରଦେଶ ପକ୍ଷରୁ ଫେସବୁକ ବିରୋଧରେ ଦୁଇଟି ମାମଲା ଦାୟର କରାଯାଇଛି । କମ୍ପାନୀ ଏହାର ପ୍ରତିଦ୍ୱନ୍ଦ୍ୱୀ ସଂସ୍ଥାକୁ କିଣିବା ପାଇଁ ‘ବିକି୍ର ହୋଇଯାଅ କିମ୍ବା କିମ୍ବା ବରବାଦ ହୋଇଯାଅ’ ରଣନୀତି ଆପଣାଥିବା ଏଥିରେ ଅଭିଯୋଗ ହୋଇଛି । ଅଭିଯୋଗରେ ଦର୍ଶାଯାଇଛି ଯେ ବଜାରରେ ରାଜ କରିବା ପାଇଁ ଫେସବୁକ ମନମୁଖି ନୀତି ଆପଣାଇଛି । ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ଚାପ ପ୍ରୟୋଗ କରି ସେମାନଙ୍କୁ ହାତେଇ ନେଇଛି । କାହାରିକୁ ତିଷ୍ଠିବାକୁ ଏହା ସୁଯୋଗ ଦେଇନାହିଁ । ନିଜର ଏକାଧିକବାର ଶକ୍ତି ପ୍ରୟୋଗ କରି ସବୁଠୁ ଆଗରେ ରହିବା ପାଇଁ ଚେଷ୍ଟା କରୁଛି । ଯଦି ଏହି ମାମଲାରେ ଫେସବୁକ ବିରୋଧରେ କୋର୍ଟ ରାୟ ଦିଅନ୍ତି, ତେବେ ଏହା ହାତରୁ ଲୋକପି୍ରୟ ମେସେଜିଙ୍ଗ ଆପ ହ୍ୱାଟସ ଆପ ଏବଂ ଇନଷ୍ଟାଗ୍ରାମ ଚାଲିଯାଇପାରେ । ଦୁଇଟି ମାମଲା ଦାୟର ପରେ ପରେ ଫେସବୁକ ବିଶ୍ୱର ଦ୍ୱିତୀୟ ବୃହତ ଟେକ କମ୍ପାନୀରେ ପରିଣତ ହୋଇଛି । ଚଳିତ ବର୍ଷ କମ୍ପାନୀକୁ ବଡ଼ ଆଇନଗତ ଆହ୍ୱାନର ସାମ୍ନା କରିବାକୁ ପଡ଼ିପାରେ ।