ବଡ ବିପଦିରୁ ଉଦ୍ଧାର କରିଥାଏ ଏହି ମନ୍ତ୍ର

ବଡ ବିପଦିରୁ ଉଦ୍ଧାର କରିଥାଏ ଏହି ମନ୍ତ୍ର

ବଡ ବିପଦିରୁ ଉଦ୍ଧାର କରିଥାଏ ଏହି ମନ୍ତ୍ର
ତାଙ୍କର ମହିମା ଅପାର, ତାଙ୍କୁ ଭଗବାନ ଶିବଙ୍କ ଅବତାର ବୋଲି କୁହାଯାଇଥାଏ । କ୍ଷଣିକରେ ସେ ଦୁଃଖନାଶ କରି ଭକ୍ତକୁ ଶାନ୍ତି ଓ ଆଶ୍ୱାସନା ଦେଇପାରିଥାନ୍ତି । କଳିଯୁଗର ପ୍ରତ୍ୟକ୍ଷ ଦେବତା ବଜରଙ୍ଗବଲୀ । ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ବିଶ୍ୱାସ ରହିଛି ହୃଦୟରୁ ପ୍ରାର୍ଥନା କଲେ ସେ ସକଳ ସମସ୍ୟା ଦୂର କରିଥାନ୍ତି । ତେବେ ବର୍ତ୍ତମାନ ସମୟରେ କରୋନା ମହାମାରୀ ଯୋଗୁ ମନ୍ଦିରରେ ବସି ପାଠ କରିବାକୁ ଅନୁମତି ନଥିଲେ ମଧ୍ୟ ଘରେ ବସି ଏହି ପାଠ କରିପାରିବେ । ହନୁମାନ ମନ୍ଦିରରେ ମଙ୍ଗଳବାର ଓ ଶନିବାର ଦିନ ହନୁମାନ ଚାଳିଶା ଓ ଆରତୀ କରିବା ଦ୍ୱାରା ମନସ୍କାମନା ପୂର୍ଣ୍ଣ ହୋଇଥାଏ ଓ ଅଧାରହିଥିବା ସମସ୍ତ ଇଚ୍ଛା ପୂଣ୍ଣ ହୁଏ ବୋଲି ବିଶ୍ୱାସ ରହିଛି । ମାତ୍ର ଖୁବ କମ ଲୋକ ଜାଣିଥିବେ ଯେ, ଚାଳିଶା ଓ ଆରତୀ ଦ୍ୱାରା ଏହି ଦିନମାନଙ୍କରେ ହନୁମାନ ଅଷ୍ଟକ ପାଠ କରିବା ଦ୍ୱାରା ଦୈନନ୍ଦିନ ଜୀବନଟି ଅତି ଆନନ୍ଦର ସହିତ କଟିଥାଏ । ପ୍ରତ୍ୟେକ ଦିନ ଅଷ୍ଟକ ପାଠ କରିବା ଦ୍ୱାରା ଶ୍ରଦ୍ଧାଳୁ ମନରେ ସକରାତ୍ମକ ଚିନ୍ତାଚେତନା ଜାଗ୍ରତ ହୁଏ । କିପରି କରିବେ ପାଠ: ଏହି ଅଷ୍ଟକ ପାଠ ଲାଗି କୌଣସି ନିର୍ଦ୍ଧିଷ୍ଟ ନିୟମ ନାହିଁ । ଶ୍ରଦ୍ଧାଳୁ ଭଗବାନଙ୍କ ଫଟୋ ବା ମୂର୍ତ୍ତି ସମ୍ମୁଖରେ ପଦ୍ମାସନ କରି ହନୁମାନ ଚାଳିଶା, ଆରତୀ ସହିତ ଏହି ପାଠ କରିପାରିବେ । ପ୍ରତିଦନ ପାଠ କରିବା ଯଦି ସମ୍ଭବ ହେଉନାହିଁ ତେବେ ମଙ୍ଗଳବାର ଓ ଶନିବାର ପ୍ରାତଃ ଓ ସନ୍ଧ୍ୟାରେ ପୂଜା କରିପାରିବେ । ହନୁମାନଙ୍କ ସିନ୍ଦୁର ଶରୀରରେ ଲଗାଇ ଭଗବାନ କରୁଣା ଲାଭ କରିବେ । ଅସୁସ୍ଥ ବ୍ୟକ୍ତିଙ୍କ ଲାଗି: ଯଦି ନିଜ ପରିବାର କିମ୍ବା ସମ୍ପର୍କୀୟଙ୍କ ସ୍ୱାସ୍ଥ୍ୟ ସମସ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ ତେବେ ପୂଜା ସମୟରେ ତମ୍ବା ଢ଼ାଳର ପାଣି କିମ୍ବା ପୂଜାରେ ଲାଗିଥିବା ଭୋଗକୁ ଉକ୍ତ ବ୍ୟକ୍ତିକୁ ପି’ବାକୁ ଦେଇପାରିବେ ।