୩ ଖ୍ୟାତନାମା ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କଣ ପରାମର୍ଶ ଦେଲେ

୩ ଖ୍ୟାତନାମା ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କଣ ପରାମର୍ଶ ଦେଲେ

୩ ଖ୍ୟାତନାମା ଡାକ୍ତରଙ୍କ ପରାମର୍ଶ, ଜାଣନ୍ତୁ କଣ ପରାମର୍ଶ ଦେଲେ
ଭୁବନେଶ୍ୱର: ଦେଶବାସୀଙ୍କୁ ପରାମର୍ଶ ଦେଲେ ଦେଶର ୩ ଖ୍ୟାତନାମା ଡାକ୍ତର । ଡାକ୍ତର ଦେବୀ ସେଟ୍ଟୀ, ନରେଶ ତ୍ରେହାନ ଏବଂ ରଣଦୀପ ଗୁଲେରିଆ । ନାରାୟଣ ହେଲଥ ମୁଖ୍ୟ ଡାକ୍ତର ଦେବୀ ସେଟ୍ଟୀ କହିଛନ୍ତି ଯେ, ସବୁବେଳେ ମାସ୍କ ପିନ୍ଧିବା ଦରକାର, ସାମାନ୍ୟ ଲକ୍ଷଣ ଦେଖାଦେଲେ ତୁରନ୍ତ ଟେଷ୍ଟ କର । ପଜିଟିଭ ଚିହ୍ନଟ ହେଲେ ଆଦୌ ଭୟଭୀତ ହୁଅନ୍ତୁ ନାହିଁ । ଡାକ୍ତର ଯଦି କହୁଛନ୍ତି ହୋମ ଆଇସୋଲେସନରେ ରହନ୍ତୁ । ପ୍ରତି ୬ ଘଂଟାରେ ଥରେ ଅକ୍ସିମିଟରରେ ଅକ୍ସିଜେନ ଯାଂଚ କରନ୍ତୁ । ଠିକ୍ ସମୟରେ ଚିକିତ୍ସା ଆରମ୍ଭ କଲେ ନିଶ୍ଚିତ ଆରୋଗ୍ୟ ହେବେ ବୋଲି ଡାକ୍ତର ଶ୍ରୀ ସେଟ୍ଟୀ କହିଛନ୍ତି । ସେହିପରି ମେଦାନ୍ତ ହସ୍ପିଟାଲ ମୁଖ୍ୟ ଡାକ୍ତର ନରେଶ ନେତ୍ରାନ ପରାମର୍ଶ ଦେଇ କହିଛନ୍ତି ଯେ, ଯଦି ଘରେ ପର୍ଯ୍ୟାପ୍ତ ଜାଗା ନାହିଁ, ଆଇସୋଲେସନ ସେଂଟରକୁ ଯାଆନ୍ତୁ । ହସ୍ପିଟାଲ ପାଖ ପେଡ୍ କ୍ୱାରେଂଟିନ ସେଂଟରରେ ବି ରହିପାରିବେ । ଡାକ୍ତରଙ୍କ ପରାମର୍ଶରେ ରହନ୍ତୁ, ପରାମର୍ଶରେ ଔଷଧ ଖାଆନ୍ତୁ । ଆମେ ବହୁତ ଭାଗ୍ୟବାନ ଯେ ଆମେ ଭାରତରେ ରହୁଛେ । ଭାରତରେ ବ୍ୟାପକ ଔଷଧ ନିର୍ମାତା କଂପାନି ରହିଛନ୍ତି । ଭାରତରେ ଆଦୌ ଔଷଧ ଅଭାବଜନିତ ସମସ୍ୟା ଦେଖାଦେବ ନାହିଁ ।