ବଦଳିଲା ପକ୍କାଘର ଯୋଜନା ଲୋଗୋ

ବଦଳିଲା ପକ୍କାଘର ଯୋଜନା ଲୋଗୋ

ବଦଳିଲା ପକ୍କାଘର ଯୋଜନା ଲୋଗୋ
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ଅର୍ଥରେ ଗରିବଙ୍କୁ ବାସଗୃହ ଯୋଗାଇ ଦିଆଯାଉଛି । ଅଥଚ ରାଜ୍ୟ ସରକାର ବିଜୁ ପକ୍କାଘର ଯୋଜନା ନାଁରେ ଶସ୍ତା ଲୋକପି୍ରୟତା ଅର୍ଜନ କରୁଛନ୍ତି । ଏମିତି ଅଭିଯୋଗରେ ବିଜେପିର ରାଜ୍ୟବ୍ୟାପୀ ଆନେ୍ଦାଳନ ପରେ ରାଜ୍ୟ ସରକାର ବିଜୁ ପକ୍କା ଘର ଯୋଜନାର ଲୋଗୋ ବଦଳାଇଛନ୍ତି । ପୂର୍ବରୁ ‘ପ୍ର ଆ ଯୋ’ ଲେଖାଯାଉଥିଲା ଓ ବିଜୁ ପକ୍କା ଘର ସମ୍ପୂର୍ଣ୍ଣ ଲେଖାଯାଉଥିଲା । ଏବେ କିନ୍ତୁ ହିତାଧିକାରୀଙ୍କ ଘରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଓ ବିଜୁ ପକ୍କାଘର ଯୋଜନା ସମ୍ପୂର୍ଣ୍ଣ ଭାବେ ଲେଖାଯାଇଥିବା ଓ ପ୍ରାଞ୍ଜଳ ଭାବେ ଛପାଥିବା ଷ୍ଟିକର ଲାଗିବ । ଅର୍ଥାତ ୨୦୧୪-୧୫ ରୁ ଲାଗୁଥିବା ଲୋଗୋ ଆଉ ବ୍ୟବହାର ହେବ ନାହିଁ । ପଞ୍ଚାୟତିରାଜ ବିଭାଗର ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ଅରିନ୍ଦମ ଡାକୁଆ ସବୁ ଜିଲ୍ଲାପାଳ ଓ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିଦେ୍ର୍ଧଶଙ୍କୁ ଚିଠି ଲେଖିଛନ୍ତି । ସ୍ୱତନ୍ତ୍ର ପ୍ରକଳ୍ପ ନିଦେ୍ର୍ଧଶକ ଶ୍ରୀ ଡାକୁଆ ଜିଲ୍ଲାପାଳମାନଙ୍କୁ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି ନୂଆ ଲୋଗୋ ଥିବା ଷ୍ଟିକର ସମସ୍ତ ହିତାଧିକାରୀମାନଙ୍କ ବାସଗୃହରେ ୨୦୨୧ ଫେବୃୟାରୀ ସୁଦ୍ଧା ଲଗାଯିବ । ଏ ସମ୍ପର୍କରେ ସମସ୍ତ ହିତାଧିକାରୀଙ୍କୁ ମଧ୍ୟ ଅବଗତ କରାଯିବ ।