ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ

ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ

ବିଧାନସଭାରେ କଂଗ୍ରେସ ସଭ୍ୟଙ୍କ ହଟ୍ଟଗୋଳ
ବିଧାନସଭା ଦ୍ୱିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ହୋଇଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ କଂଗ୍ରେସ ସଭ୍ୟ । ଫଳରେ ଗୃହକୁ ୧୨.୩୦ ଯାଏଁ ମୁଲତବୀ ଘୋଷଣା କରିଛନ୍ତି ବାଚସ୍ପତି । ଦ୍ୱିତୀୟ ପର୍ୟ୍ୟାୟ ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହୋଇଥିବା ବେଳେ ପ୍ରଥମେ ଶୋକପ୍ରସ୍ତାବ ଆଣିଥିଲେ ମୁଖ୍ୟମନ୍ତ୍ରୀ । ୩ ପୂର୍ବତନ ବିଧାୟକଙ୍କ ପରଲୋକରେ ଗୃହରେ ଗୋଟିଏ ମିନିଟ ନିରବ ପ୍ରାର୍ଥନା କରିଥିଲେ ସମସ୍ତ ସଦସ୍ୟ । ଆଉ ଏହାପରେ ଜଗନ୍ନାଥଙ୍କ ଟଙ୍କାକୁ ଘରୋଇ ବ୍ୟାଙ୍କରେ ରଖିବା ପ୍ରସଙ୍ଗରେ ଗୃହରେ ହଟ୍ଟଗୋଳ କରିଥିଲେ ବିରୋଧୀ । ଖାସକରି କଂଗ୍ରେସ ସଦସ୍ୟ ଗୃହରେ ହଙ୍ଗାମା କରିବା କାରଣରୁ ଶେଷରେ ଦିନ ୧୨.୩୦ ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।