ବିନା ମେକ୍-ଅପରେ ସୁନ୍ଦରୀ

ବିନା ମେକ୍-ଅପରେ ସୁନ୍ଦରୀ

ବିନା ମେକ୍-ଅପରେ ସୁନ୍ଦରୀ
ମେକ୍-ଅପ୍ ନ ନେଲେ ଅନେକଙ୍କୁ ଠିକ୍ ଲାଗେ ନାହିଁ । ସାଙ୍ଗ ସାଥୀ ମେଳରେ ଫିକା ଦିଶିବାର ସନେ୍ଦହ ଓ ଭୟ ରହେ । କିନ୍ତୁ ମେକ୍-ଅପ୍ ନେବା ବାଧ୍ୟତାମୂଳକ ହେବା ଅନୁଚିତ । କାରଣ ପ୍ରସାଧନ ସାମଗ୍ରିରେ ଏକାଧିକ ରାସାୟନିକ ଓ କୃତି୍ରମ ପଦାର୍ଥ ମିଶିଥାଏ । ଏଗୁଡ଼ିକର ଦୀର୍ଘକାଳୀନ ମାତ୍ରାଧିକ ବ୍ୟବହାର ତ୍ୱଚା ପାଇଁ ଖରାପ । ମେକ୍-ଅପ୍ରୁ କ୍ଷାନ୍ତ ରହିବାକୁ ପ୍ରଥମେ ଅଡୁଆ ଲାଗିପାରେ । ଚିନ୍ତା କରନ୍ତୁ ନାହିଁ, ଆତ୍ମ ବିଶ୍ୱାସ ବଢ଼ାନ୍ତୁ ଓ କିଛି ପ୍ରାକୃତିକ ଉପଚାର ଆପଣାନ୍ତୁ । ବିନା ମେକ୍-ଅପ୍ରେ ସୁନ୍ଦରୀ ଦିଶିବେ ଓ ତ୍ୱଚା ପ୍ରଭାବିତ ହେବ ନାହିଁ । ଶୋଇବା ପୂର୍ବରୁ ଭ୍ରୂ ଓ ଆଖି ପତାରେ ଆଲମଣ୍ଡ କିମ୍ବା ନଡିଆ ତେଲ ଲଗାନ୍ତୁ । ସକାଳେ ଭେସଲିନ ଲଗାଇ ଟୁଥ ବ୍ରସରେ ହାଲୁକା ଘଷି ଦିଅନ୍ତୁ । ଏହା ଦ୍ୱାରା ଗାଢ଼ କଳା ଦିଶିବ । ମସ୍କାର ଆବଶ୍ୟକ ପଡ଼ିବ ନାହିଁ । ସପ୍ତାହକୁ ଥରେ ଲେମ୍ବୁ ରସ ଫେଣ୍ଟି ପିଅନ୍ତୁ । ଶରୀରକୁ ବିଷାକ୍ତ ପଦାର୍ଥ ନିଷ୍କାସିତରେ ଏହା ସହାୟକ ହୁଏ । ଶୁଷ୍କତା ଅନୁଭବ ହୁଏ ନାହିଁ । ତାଜା ଲାଗେ । ବ୍ରଣରେ ହାତ ଲଗାନ୍ତୁ ନାହିଁ । ଓଠରେ ନଡ଼ିଆ ତେଲ, ଲହୁଣୀ ଲଗାନ୍ତୁ । ଦୈନିକ ଆଠ ଦଶ ଗ୍ଲାସ ପାଣି ପିଅନ୍ତୁ ଓ ସାତ ଆଠ ଘଣ୍ଟା ଶୁଅନ୍ତୁ ।