ଭଦ୍ରକ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ

ଭଦ୍ରକ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ

ଭଦ୍ରକ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ପାଇଁ ଧର୍ମାନୁଷ୍ଠାନ ବନ୍ଦ
ଭୁବନେଶ୍ୱର: ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ଖବର ସାମାନାକୁ ଆସିଛି । ତାହା ହେଲା ଭଦ୍ରକ ଜିଲ୍ଲାରେ ଶ୍ରଦ୍ଧାଳୁଙ୍କ ପାଇଁ ସମସ୍ତ ଧର୍ମାନୁଷ୍ଠାନ ବନ୍ଦ । ଅନ୍ୟାଦେଶ ଯାଏଁ ଧର୍ମାନୁଷ୍ଠାନ ବନ୍ଦ ଘୋଷଣା କଲେ ଜିଲ୍ଲାପାଳ । କରୋନା ସଂକ୍ରମଣ ବୃଦ୍ଧି ଦୃଷ୍ଟିରୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ଧର୍ମାନୁଷ୍ଠାନ ପରିସରରେ କୌଣସି କାର୍ଯ୍ୟକ୍ରମ ଆୟୋଜନକୁ ବାରଣ କରାଯାଇଛି । ମନ୍ଦିରରେ ଜଣେ ପୂଜକ, ମସଜିଦରେ ୩ ଜଣ ମୌଲବୀଙ୍କୁ ନୀତିକାନ୍ତି ପାଇଁ ଅନୁମତି ଦିଆଯାଇଛି ।