ଭଲ ଖବର : ରାଜ୍ୟରେ ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ

ଭଲ ଖବର : ରାଜ୍ୟରେ ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ୱର : ଆଜି ରାଜ୍ୟରେ ଆଉ ୨୭୭୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୫୦୦ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ନୂଆପଡାରୁ ୧୮୯, କଟକରୁ ୧୮୩, ବରଗଡରୁ ୧୪୮, କେନ୍ଦ୍ରାପଡାରୁ ୧୩୬, ଅନୁଗୁଳରୁ ୧୨୩, ଯାଜପୁରରୁ ୧୧୭, ଭଦ୍ରକରୁ ୧୧୪, ସମ୍ବଲପୁରରୁ ୧୦୫, ମୟୁରଭଞ୍ଜରୁ ୧୦୦, ବଲାଙ୍ଗୀରରୁ ୮୯, କେନ୍ଦୁଝରରୁ ୭୯, ନବରଙ୍ଗପୁରରୁ ୭୩, ସୁନ୍ଦରଗଡରୁ ୭୧, ମାଲକାନଗିରିରୁ ୭୦, ଢେଙ୍କାନାଳରୁ ୬୯, ବାଲେଶ୍ୱରରୁ ୬୭, ଜଗତସିଂହପୁରରୁ ୫୮, କନ୍ଧମାଳରୁ ୪୮, ସୋନପୁରରୁ ୪୭, ରାୟଗଡାରୁ ୪୬, ପୁରୀରୁ ୪୩, ଝାରସୁଗୁଡାରୁ ୩୯, କଳାହାଣ୍ଡିରୁ ୩୯, କୋରାପୁଟରୁ ୩୫, ନୟାଗଡରୁ ୩୦, ଗଞ୍ଜାମରୁ ୨୩, ଦେବଗଡରୁ ୨୦, ବୌଦ୍ଧରୁ ୭, ଗଜପତିରୁ ୭ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆଜିର ଆରୋଗ୍ୟଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ଆରୋଗ୍ୟଙ୍କ ସଂଖ୍ୟା ୨ ଲକ୍ଷ ୩୫ ହଜାର ୭୬୩ରେ ପହଞ୍ଚିଛି ।