ଭାରତରେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା

ଭାରତରେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା

ଭାରତରେ ଡିସେମ୍ବର ସୁଦ୍ଧା ୨୧୬ କୋଟି ଟିକା
ନୂଆଦିଲ୍ଲୀ: ଟିକାକୁ ନେଇ ଆସିଲା ଏକ ବଡ ଖବର । ନୀତି ଆୟୋଗ ସଦସ୍ୟ ଭି.କେ ପଲଙ୍କ ଠାରୁ ଆସନ୍ତୁ ଜାଣିବା ଟିକା ସଂପର୍କରେ ଅନେକ ସୂଚନା । ସେ କିହିଛନ୍ତି, ଆସନ୍ତା ଡିସେମ୍ବର ମଧ୍ୟରେ ୨୧୬ କୋଟି ଟିକା ଦେଶରେ ଉପଲବ୍ଧ ହେବ । କୋଭିସିଲ୍ଡ, କୋଭାକ୍ସିନ ସହ ବହୁ ବିଦେଶୀ କଂପାନୀ ଟିକା ବି ମିଳିବ । ଅଗଷ୍ଟରୁ ଡିସେମ୍ବର ମଧ୍ୟରେ ୭୫ କୋଟି କୋଭାସିଲ୍ଡ ଉପଲବ୍ଧ ଆକଳନ ହେବ । ସେହିପରି କୋଭାକ୍ସିନ ୫୫ କୋଟି, ବାୟୋ ଇ-ଟିକା ୩୦ କୋଟି ଉପଲବ୍ଧ ହେବ । ଏହି ଟିକା କରଣରେ ଆଉ ନୂଆ ଟିକା ବି ସାମିଲ ହେଉଛନ୍ତି । ଜାଇଡସ୍ କାଡିଲା ଟିକା ୫ କୋଟି, ଏସଆଇଆଇ ନୋଭାକ୍ସିନ ୨୦ କୋଟି, ବିବି ନାଜାଲ ଭାକ୍ସିନ ୧୦ କୋଟି, ଜାନୋଭା ଟିକା ୬ କୋଟି ଉପଲବ୍ଧ ହେବ । ରୁଷ୍ ଟିକା ମଧ୍ୟ ୧୫.୬ କୋଟି ଉପଲବ୍ଧ ହେବ ବୋଲି ପଲ୍ କହିଛନ୍ତି । ଟିକାକରଣରେ ଭାରତ ବିଶ୍ୱରେ ତୃତୀୟ ସ୍ଥାନରେ ରହିଛି । ଭାରତରେ ୧୮ କୋଟି ଡୋଜ୍ ଦିଆଗଲାଣି, ଆମେରିକାରେ ସର୍ବାଧିକ ୨୬ କୋଟି ଦିଆଯାଇଛି ।