ଆସନ୍ତା ସପ୍ତାହରେ ସ୍ପୁଟିନିକ-ଭି ଟିକା ମାର୍କେଟରେ ମିଳିବ

ଆସନ୍ତା ସପ୍ତାହରେ ସ୍ପୁଟିନିକ-ଭି ଟିକା ମାର୍କେଟରେ ମିଳିବ

ଆସନ୍ତା ସପ୍ତାହରେ ସ୍ପୁଟିନିକ-ଭି ଟିକା ମାର୍କେଟରେ ମିଳିବ
ନୂଆଦିଲ୍ଲୀ: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଆସନ୍ତା ସପ୍ତାହରେ ସ୍ପୁଟନିକ-ଭି ଟିକା ମାର୍କେଟରେ ମିଳିବା ସମ୍ଭାବନା ରହିଛି । ଟିକା ସଂପର୍କରେ ବଡ ସୂଚନା ଦେଲେ ଡାକ୍ତର ଭି.କେ ପଲ । ସେ କହିଛନ୍ତି । ଆସନ୍ତା ସପ୍ତାହରେ ସ୍ପୁଟନିକ-ଭି ମାର୍କେଟରେ ମିଳିବା ନେଇ ଆଶାବାଦୀ । ରୁଷରୁ ଆସୁଥିବା ସୀମିତ ସଂଖ୍ୟକ ଟିକା ମାର୍କେଟରେ ମିଳିବା ସମ୍ଭାବନା ରହିଛି ।