ଲକଡାଉନରେ ମର୍ଣ୍ଣିଂ ୱାକ୍, ସାଇକ୍ଳିଂ ମନା

ଲକଡାଉନରେ ମର୍ଣ୍ଣିଂ ୱାକ୍, ସାଇକ୍ଳିଂ ମନା

ଲକଡାଉନରେ ମର୍ଣ୍ଣିଂ ୱାକ୍, ସାଇକ୍ଳିଂ ମନା
ଭୁବନେଶ୍ୱର: ଲକଡାଉନରେ କଟକଣା ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ଅନେକ ସୂଚନା ଦେଇଛନ୍ତି । ଲକଡାଉନରେ ମର୍ଣ୍ଣିଂ ୱାକ୍, ଇଭିନିଂ ୱାକ୍, ସାଇକ୍ଲିଂକୁ ସମ୍ପୂର୍ଣ୍ଣ ଭନା କରାଯାଇଛି । ୱାକିଂ, ସାଇକ୍ଲିଂ ନକରିବାକୁ ପୋଲିସ କମିଶନର ସୌମେନ୍ଦ୍ର ପି୍ରୟଦଶୟୀ କହିଛନ୍ତି । ସେ ଆହୁରି କହିଛନ୍ତି, କିଛି ଲୋକ ଏସବୁ କରୁଥିବା ଦେଖାଯାଉଛି, ଏହା ଗାଇଡଲାଇନ ଉଲ୍ଲଂଘନ କରୁଛି । ଲକଡାଉନର ଉଦେ୍ର୍ଧଶ ରାସ୍ତା ଉପରକୁ ଆସି ଗହଳି ନକରିବା । ତେଣୁ ଲକଡାଉନ ବେଳେ ୱାକିଂ ଓ ସାଇକ୍ଲିଂ ନକରିବାକୁ ସିପି କିହିଛନ୍ତି । ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ପାଇଁ ହେଲପଲାଇନ ନମ୍ବର ଜାରି ହୋଇଛି । ହେଲ୍ପଲାଇନ ନମ୍ବର -୮୦୯୩୦୨୮୧୦୦ରେ ସହାୟତା ଲୋଡି ପାରିବେ । କଳାବଜାରୀ, ଅସାଧୁ ବ୍ୟବସାୟୀଙ୍କୁ କଡା ଚେତାବନୀ ଦେଇଛନ୍ତି ଏଡିଜି ଯଶୋୱନ୍ତ ଜେଠୱା ।କରୋନା ଅତ୍ୟାବଶ୍ୟକ ସାମଗ୍ରୀ କଳାବଜାର କଲେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୌଣସି ଘରୋଇ ହସ୍ପିଟାଲ ଅଧିକ ଅର୍ଥ ନେଉଥିଷଳ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏଡିଜି କହିଛନ୍ତି । ଏସବୁ ନଜର ରଖି କାର୍ଯ୍ୟାନୁଷ୍ଠାନ ନେବାକୁ ୨୨ଟି ଫ୍ଲାଇଂ ସ୍କ୍ୱାଡ୍ ହୋଇଛି । ଅମାନିଆଙ୍କ ଠାରୁ ୨ କୋଟି ୮୦ ଲକ୍ଷ ଜରିମାନା ଆଦାୟ ହୋଇଛି । ୭୧ଟି ମାମଲା ରୁଜୁ, ୨୬୯ ଜଣ ଗିରଫ, ୮୩୦୦ ଗାଡି ଜବତ ହୋଇଛି ।