ଭାରତ-ନ୍ୟୁଜଲାଣ୍ଡ ଟ୍ବେଣ୍ଟି୨୦ ସିରିଜ୍ : ସୋଚନୀୟ ପରାଜୟ ବରଣ କଲା ଭାରତ
ଭାରତ-ନ୍ୟୁଜଲାଣ୍ଡ ଟ୍ବେଣ୍ଟି୨୦ ସିରିଜ୍ : ସୋଚନୀୟ ପରାଜୟ ବରଣ କଲା ଭାରତ
admin
Jan 23, 2020 - 01:39
Updated: Jan 23, 2020 - 01:39
ଅକ୍ଲାଣ୍ଡ - ଘରୋଇ ନ୍ୟୁଜଲାଣ୍ଡ ବିପକ୍ଷରେ ୫ ମ୍ୟାଚ୍ର ଟ୍ବେଣ୍ଟି୨୦ ସିରିଜ୍, ୩ ମ୍ୟାଚ୍ର ଦିନିକିଆ ସିରିଜ୍ ଓ ୨ ମ୍ୟାଚ୍ର ଟେଷ୍ଟ ସିରିଜ୍ ଖେଳିବା ପାଇଁ ଭାରତୀୟ ଦଳ ନ୍ୟୁଜଲାଣ୍ଡ ମାଟିରେ ପାଦଦେଇଛି। ଘରୋଇମାଟିରେ କ୍ରମାଗତ ୩ଟି ସିରିଜ୍ ଜିତି ନ୍ୟୁଜଲାଣ୍ଡରେ ପହଞ୍ଚିଛି ଭାରତୀୟ ଦଳ। ପୂରା ଶକ୍ତି ସହ ଭାରତ ଆସିଥିବା ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ୍କୁ ୧୦ ୱିକେଟରେ ହାରିବା ପରେ ପରବର୍ତ୍ତୀ ୨ଟି ଦିନିକିଆ ମ୍ୟାଚ୍କୁ ସହଜରେ ଜିତି ସିରିଜ୍ ହାତେଇବା ବିରାଟ କୋହଲିଙ୍କ ଦଳର ମନୋବଳ ପାଇଁ ଟନିକ୍ ପରି କାମଦେବ। ତେବେ ସମ୍ମୁଖରେ ଘରୋଇ ନ୍ୟୁଜଲାଣ୍ଡ ଦଳ। ଘରୋଇ ବାତାବରଣ ଓ ପିଚ୍ରେ ଏହା ଖେଳିବ। ବିଶ୍ବର ଶକ୍ତିଶାଳୀ ଦଳ ଏଠାରେ ଆସି ହାର ମାନି ଫେରି ଯାଇଛନ୍ତି। ପୁଣି ଘରୋଇମାଟିରେ ନ୍ୟୁଜଲାଣ୍ଡ ଦଳର ରେକର୍ଡ ବହୁତ ଭଲ। ଏହାସହ ଟ୍ବେଣ୍ଟି୨୦ରେ ଭାରତ ବିପକ୍ଷରେ ନ୍ୟୁଜିଲାଣ୍ଡ ବହୁତ ଆଗରେ ରହିଛି। ଆସନ୍ତୁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟ୍ବେଣ୍ଟି୨୦ ରେକର୍ଡ ଉପରେ ନଜର ପକାଇବା।