ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର

ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର
ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକ । ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ । ତାଙ୍କ ନିକଟରୁ ୧ ଲକ୍ଷ ୭ ହଜାର ଟଙ୍କା ଜବତ କରାଯାଇଛି । ତହସିଲଦାରଙ୍କୁ ଅଟକ ରଖି ଅଧିକ ପଚରାଉଚରା ଭିଜିଲାନ୍ସ କରୁଛି । ତହସିଲଦାର ଧରାପଡିବା ନେଇ କଟକ ଭିଜିଲାନ୍ସ ଏସବି ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ଘରକୁ ଯାଉଥିଲେ ତହସିଲଦାର । ତେବେ ପୂର୍ବରୁ ତାଙ୍କୁ ଭିଜିଲାନ୍ସ ଜଗିଥିଲା ବୋଲି ତହସିଲଦାର ଜାଣିପାରିନଥିଲେ । ଘରକୁ ଯିବା ବାଟରେ ହଠାତ ତାଙ୍କ ଗାଡ଼ି ଆଗରେ ଅଟକିଥିଲା ଭିଜିଲାନ୍ସ ଗାଡ଼ି । ସାଙ୍ଗେ ସାଙ୍ଗେ ଭିଜିଲାନ୍ସର ଅଫିସରମାନେ ତାଙ୍କ ଗାଡ଼ି ଖାନତଲାସୀ କରିଥିଲେ । ଗାଡ଼ିରୁ ପାଂଚ କି ଦଶହଜାର ନୁହେଁ ୧ ଲକ୍ଷ ୭ ହଜାର ଟଙ୍କା ମିଳିଥିଲା । ଗାଡ଼ି ଭିତରେ ଏତେ ଟଙ୍କା କେଉଁଠୁ ଆସିଲା ବୋଲି ଭିଜିଲାନ୍ସ ଅଧିକାରୀମାନେ ପଚରାଉଚରା କରିଥିଲେ । କିନ୍ତୁ ତହସିଲଦାର ଯାହା ଉତର ଦେଇଥିଲେ ତାହା ସନ୍ତୋଷଜନକ ହୋଇନଥିଲା । ଫଳରେ ବାରଙ୍ଗ ତହସିଲଦାର ବିଚିତ୍ରାନନ୍ଦ ନାୟକଙ୍କୁ ଭିଜିଲାନ୍ସ ଅଟକ ରଖିବା ସହ ଅଧିକ ପଚରାଉଚରା କରୁଥିବା ଜାଣିବାକୁ ମିଳିଛି । ଆଜି ଅପରାହ୍ନ ସାଢେ଼ ୩ଟାରେ ତାଙ୍କ ଗାଡ଼ିରୁ ଭିଜିଲାନ୍ସ ବିପୁଳ ଅର୍ଥ ଠାବ କରିଥିବାବେଳେ ତାହା ଆୟ ବର୍ହିଭୂତ ବୋଲି ସନେ୍ଦହ କରାଯାଉଛି । ଏହାପରେ ତହସିଲଦାରଙ୍କ ଘର ସମେତ ଏକାଧିକ ସ୍ଥାନରେ ଚଢ଼ାଉ କରାଯିବ ବୋଲି ଜାଣିବାକୁ ମିଳିଛି ।