ଭୁବନେଶ୍ୱରରେ ଆପାର୍ଟମେଂଟ ସିଲ୍

ଭୁବନେଶ୍ୱରରେ ଆପାର୍ଟମେଂଟ ସିଲ୍

ଭୁବନେଶ୍ୱରରେ ଆପାର୍ଟମେଂଟ ସିଲ୍
ଭୁବନେଶ୍ୱର: ଭୁବନେଶ୍ୱର ଟଙ୍କପାଣି ରୋଡ ସ୍ଥିତ ତରୁ ଆପାର୍ଟମେଂଟ ସିଲ୍ ହୋଇଛି । ଆପାର୍ଟମେଂଟରୁ ଏକାଧିକ କରୋନା ପଜିଟିଭ ଚିହ୍ନଟ ହେବାରୁ ସିଲ୍ କରାଯାଇଛି । ଆଜିଠାରୁ ୧୬ ତାରିଖ ପର୍ଯ୍ୟନ୍ତ ସିଲ୍ ରହିଲା । ୧୦ ଦିନ ପାଇଁ ଆପାର୍ଟମେଂଟକୁ ସିଲ କଲା ବିଏମସି । ଆପାର୍ଟମେଂଟ ଭିତରୁ ବାହାରକୁ ଓ ବାହାରୁ ଭିତରକୁ ପ୍ରବେଶ ମନା କରାଯାଇଛି । ବେକଳ ସ୍ୱୀକୃତିପ୍ରାପ୍ତ ବିଏମସି ଅଧିକାରୀଙ୍କୁ ପ୍ରବେଶ ଅନୁମତି ମିଳିବ । ଆପାର୍ଟମେଂଟକୁ ତୁରନ୍ତ ସାନିଟାଇଜ କରିବାକୁ ନିଦେ୍ର୍ଧଶ ଦିଆଯାଇଛି । ରାଜ୍ୟ ସରକାରଙ୍କ କୋଭିଡ ନିୟମ ମାନିବାକୁ ନିଦେ୍ର୍ଧଶ ଦିଆଗଲା । ଆପାର୍ଟମେଂଟକୁ ଯିବା ଆସିବ ଉପରେ କଟକଣା ଲାଗିଲା । ଆକ୍ରାନ୍ତମାନେ ୧୦ ଦିନ ପାଇଁ ସଂରୋଧରେ ରହିବେ । ଆକ୍ରାନ୍ତଙ୍କ ଅଧିକ ଚିକିତ୍ସା ଆବଶ୍ୟକ ହେଲେ ବିଏମସିକୁ ଜଣାଇବେ । ଜରୁରୀ ହେଲେ ଆପାର୍ଟମେଂଟ ସୋସାଇଟି ବଏମସିକୁ ଫୋନ କରିପାରିବେ ।