ଭିଜିଲାନ୍ସ ତଦନ୍ତ କରିବ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା

ଭିଜିଲାନ୍ସ ତଦନ୍ତ କରିବ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା

ଭିଜିଲାନ୍ସ ତଦନ୍ତ କରିବ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ଦୁର୍ନୀତି ମାମଲା
ଭୁବନେଶ୍ବର: ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ କରିବ ଭିଜିଲାନ୍ସ। ମାମଲାର ତଦନ୍ତ ପାଇଁ ଭିଜିଲାନ୍ସ ନିର୍ଦ୍ଦେଶକଙ୍କୁ ଲୋକାୟୁକ୍ତଙ୍କ ନିର୍ଦ୍ଦେଶ ରହିଛି। ଏବଂ ଆସନ୍ତା 2 ମାସ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଲୋକାୟୁକ୍ତ। ଆସନ୍ତା ଫେବୃୟାରୀ 12 ତାରିଖରେ ଏହି ମାମଲାର ପରବର୍ତ୍ତିୀ ଶୁଣାଣି ହେବ। ସୂଚନାଯୋଗ୍ୟ, ଗତ 7 ତାରିଖରେ ମୁଖ୍ୟମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧରେ ହୋଇଥିବା ଦୁର୍ନୀତି ମାମଲାର ତଦନ୍ତ ପାଇଁ ଲୋକାୟୁକ୍ତଙ୍କୁ ସୁପାରିଶ କରିଥିଲେ। ବିବାହ ମଣ୍ଡପରୁ ବରକୁ ଉଠାଇନେଲା ପୋଲିସ୍‌, ଜାଣନ୍ତୁ କାରଣ କ’ଣ କଟକ : ବାହାଘର ସିଜିନ୍‌ । ବାହାଘରର ଶେଷ ଲଗ୍ନରେ ଏବେ ଚାରିଆଡେ ବିବାହ ଚାଲିଛି ।ତେବେ ଆଜି କଟକର ଏକ ବିବାହ ମଣ୍ଡପରୁ ବରକୁ ପୋଲିସ୍‌ ଉଠାଇ ନେଇଛି । ମଧୁପାଟଣା ଥାନା ସାର୍ତ୍ତୋଳ ମନ୍ଦିରରୁ ବରକୁ ଉଠାଇନେଲା ପୋଲିସ୍‌ । ପ୍ରଥମ ସ୍ତ୍ରୀ ଥାଇ ଦ୍ବିତୀୟ ବିବାହ କରୁଥିବାରୁ ପୋଲିସ୍‌ ବରକୁ ଉଠାଇନେଇଛି । ପ୍ରଥମ ସ୍ତ୍ରୀଙ୍କ ଅଭିଯୋଗ କ୍ରମେ ମଧୁପାଟଣା ପୋଲିସ୍‌ ପହଞ୍ଚି ବାହାଘର ବନ୍ଦ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣକରିଛି ।