ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୩୭ ଆକ୍ରାନ୍ତ
ଭୁବନେଶ୍ୱରରୁ ଚିହ୍ନଟ ହୋଇଛନ୍ତି ୧୩୭ ଆକ୍ରାନ୍ତ
admin
Aug 5, 2020 - 11:30
Updated: Aug 5, 2020 - 11:30
ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ୧୩୭ ପଜିଟିଭ୍ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ ୧୩୭ଜଣଙ୍କ ମଧ୍ୟରୁ ୧୧୩ ଜଣ କ୍ବାରେଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୨୪ଟି ଲୋକାଲ୍ କେସ୍ ରହିଛି ବୋଲି ବିଏମ୍ସି ଟୁଇଟ୍ ଯୋଗେ ସୂଚନା ଦେଇଛି । ଆଜି ଚିହ୍ନଟ ୧୧୩ କ୍ବାରେଣ୍ଟାଇନ୍ରୁ ଏକ ଘରୋଇ ହସ୍ପିଟାଲର ୪ଜଣ କର୍ମଚାରୀ ରହିଥିବାବେଳେ ସାଲିଆ ସାହିରୁ ୧୦ ଜଣ, ଭୀମପୁରରୁ ୯ ଜଣ, ଗଙ୍ଗନଗର ବସ୍ତିରୁ ୮ ଜଣ, ଓସିସି ବସ୍ତିରୁ ୭ ଜଣ ରହିଛନ୍ତି । ବଡଗଡରୁ ୬ ଜଣ, ଚନ୍ଦ୍ରଶେଖର ପୁର ବିଡିଏ କଲୋନୀରୁ ୫ ଜଣ, ୟୁନିଟ୍ -୯ରୁ ୫ ଜଣ, ସତ୍ୟନଗରରୁ ୪ ଜଣ ରହିଛନ୍ତି ।ସେହିପରି ଆଜି ଲୋକାଲ୍ ୨୪ ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜରୁ ୨ ଜଣ,ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡ୍ରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲ୍ଡ ଟାଉନ୍ ବ୍ରହ୍ମେଶ୍ବର ପାଟଣାରୁ ଜଣେ, ଝାରପଡାରୁ ଜଣେ, ସତ୍ୟ ନଗରରୁ ଜଣେ, ଗଙ୍ଗନଗରରୁ ଜଣେ, ସାମନ୍ତରାପୁରରୁ ୨ ଜଣ, ରସୁଲଗଡରୁ ଜଣେ ବାପୁଜୀ ନଗରରୁ ଜଣେ, ଜୟଦେବ ବିହାରରୁ ଜଣେ, ବରମୁଣ୍ଡାରୁ ୨ ଜଣ, ବମିଖାଲରୁ ଜଣେ, ରେଣ୍ଟାଲ କଲୋନୀରୁ ଜଣେ, ସତ୍ୟନଗର ପଞ୍ଜାବୀ କଲୋନୀରୁ ଜଣେ, ଝାରପଡା ଓ ଭଗବାନପୁରରୁ ଜଣେ ଲେଖାଏଁ ରହିଛନ୍ତି । ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୮ ଜଣ ସୁସ୍ଥ ହୋଇଛନ୍ତି । ନୂତନ ୧୩୭ ଜଣ ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍ ସଂକ୍ରମିତଙ୍କସଂଖ୍ୟା ୩ ହଜାର ୩୫୪କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା ୨ ହଜାର ୬୧ରେ ପହଞ୍ଚିଛି । ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ ୧ ହଜାର ୨୭୩ ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।