ମଦ ବଦଳରେ ପିଇଲେ ସାନିଟାଇଜର : ୯ ମୃତ

ମଦ ବଦଳରେ ପିଇଲେ ସାନିଟାଇଜର : ୯ ମୃତ

ମଦ ବଦଳରେ ପିଇଲେ ସାନିଟାଇଜର : ୯ ମୃତ
ହାଇଦ୍ରାବାଦ : ଆନ୍ଧ୍ରପ୍ରଦେଶରେ ଏକ ଅଭାବନୀୟ ଘଟଣା ସମ୍ମୁଖକୁ ଆସିଛି । ମଦ ବଦଳରେ ସାନିଟାଇଜର ପିଇବା କାରଣରୁ ୯ ଜଚ୍ଚଙ୍କର ମୃତ୍ୟୁ ଘଟିଛି । ମଦ ନମିଳିବା କାରଣରୁ ପ୍ରକାଶମ ଜିଲ୍ଲାର ୯ ଜଣ ବ୍ୟକ୍ତି ସାନିଟାଇଜର୍ ପିଇ ପ୍ରାଣ ହରାଇଛନ୍ତି । ପ୍ରକାଶମ ଜିଲ୍ଲା ଅନ୍ତର୍ଗତ କୁରିଚେଡୁ ସହରରେ ଏହି ଘଟଣା ଘଙ୍କିଛି । ଗୁରୁବାର ରାତିରେ ୩ ଜଣଙ୍କର ପ୍ରାଣହାନି ଘଟିଥିବା ବେଳେ ଶୁକ୍ରବାର ସକାଳୁ ଆଉ ୬ ଜଣଙ୍କର ପ୍ରାଣହାନି ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ ଭିକାରୀ ରହିଥିବା ବେଳେ ୬ ଜଣ ବସ୍ତି ବାସିନ୍ଦା ରହିଛନ୍ତି । ସେହିପରି ଅନ୍ୟୁନ ୨୦ ଜଣ ଲୋକ ୨ ଦିନ ମଧ୍ୟରେ ମଦ ବଦଳରେ ସାନିଟାଇଜର ପିଇଥିବା ଜଣାପଡିଛି । ମୃତକ ମାନେ ହେଉଛନ୍ତି ଅନୁଗୋଣ୍ଡା ଶ୍ରୀନୁ, ଭୋଗେମ୍ ତିରୁପଥାୟା, ଗୁଣ୍ଟକା ରାମୀ ରେଡ୍ଡୀ, କଡିଆମ ରାମନାଇଆ, ରାଜା ରେଡ୍ଡୀ, ବାବୁ, ଚାର୍ଲସ୍ ଏବଂ ଅଗଷ୍ଟିନ୍ ବୋଲି ଜଣାପଡିଛି । ପ୍ରକାଶମ ଜିଲ୍ଲାର ଏସ୍ପି ସିଦ୍ଧାର୍ଥ କୌଶଲ ଗଚ୍ଚମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ।