ମହାନଦୀ ଜଳବିବାଦ :ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ମହାନଦୀ ଜଳବିବାଦ :ଆଜି ଟ୍ରିବ୍ୟୁନାଲରେ ଶୁଣାଣି

ନୂଆଦିଲ୍ଲୀ,୯/୩: ଆଜି ଓଡିଶାର ମଧ୍ୟବର୍ତ୍ତିକାଳୀନ ଭାଗ୍ୟ ନିର୍ଦ୍ଧାରଣ । ମହାନଦୀ ଜଳବିବାଦ ମାମଲାରେ ଆଜି ଶୁଣାଣି କରିବେ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ । ଟ୍ରିବ୍ୟୁନାଲର ଅଧ୍ୟକ୍ଷ ବିଚାରପତି ଏ ଏମ ଖାନୱିଲକର, ବିଚାରପତି ଡ.ରବିରଞ୍ଜନ, ବିଚାରପତି ଇନ୍ଦରମିତ କୋଚାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଗତମାସ ୯ ତାରିଖରେ ଓଡିଶାର ଆବେଦନର ଶୁଣାଣି କରି ଓଡିଶା ଓ ଛତିଶଗଡକୁ ଆପୋସ ସମାଧାନ ପାଇଁ ପରାମର୍ଶ ଦେଇଥିଲେ। ଆପୋସ ସମାଧାନ ବିଫଳ ହେଲେ ଚୂଡାନ୍ତ ନିଷ୍ପତ୍ତି ଶୁଣାଇବେ ବୋଲି କହିଥିଲେ।ତେଣୁ ଆଜିର ଶୁଣାଣି ବହୁତ ଗୁରୁତ୍ବ ବହନ କରୁଛି । ଟ୍ରିବ୍ୟନାଲଙ୍କ ପରାମର୍ଶକ୍ରମେ ଦୁଇ ରାଜ୍ୟର ଅଧିକାରୀ ଓ ବୈଷୟିକ ବିଶେଷଜ୍ଞମାନଙ୍କଦ୍ବାରା ଦୁଇ ଥର ଆପୋସ ସମାଧାନ ପାଇ ବୈଠକ ହୋଇଥିଲା । ବୈଠକରେ ଅଣମୌସୁମୀ ସମୟରେ ଓଡିଶାକୁ କେତେ ପାଣି ଛଡାଯିବ ସେନେଇ ବ୍ୟାପକ ଆଲୋଚନା ହୋଇଥିଲା। ତେବେ ଛତିଶଗଡର ଓଡିଶାର ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲା ।