ମାଟ୍ରିକ୍ ପରୀକ୍ଷା ଫଳ, ପୁଅଙ୍କ ଆଗରେ ଝିଅ
ମାଟ୍ରିକ୍ ପରୀକ୍ଷା ଫଳ, ପୁଅଙ୍କ ଆଗରେ ଝିଅ
ଭୁବନେଶ୍ୱର: ବହୁ ପ୍ରତୀକ୍ଷିତ ମାଟ୍ରିକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟରେ ନିଜ ରୋଲ ନମ୍ବର ଆଧାରରେ ପରୀକ୍ଷାଫଳ ଜାଣିପାରିବେ । ଏବର୍ଷ ୯୦.୫୫% ପାସ୍ ହାର ରହିଛି । ଚଳିତ ବର୍ଷ ୫ଲକ୍ଷ ୧୭ହଜାର ୮୪୭ ପିଲା ପାସ୍ କରିଥିବାବେଳେ ୮ହଜାର ୬୯୯ପିଲା ଫେଲ୍ ହୋଇଛନ୍ତି । ପାସ କରିଥିବା ପିଲାଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୨ଲକ୍ଷ ୫୬ହଜାର ୮୭୭ ଅର୍ଥାତ ୮୮.୭୭% ଓ ଝିଅଙ୍କ ସଂଖ୍ୟା ୨ଲକ୍ଷ ୬୦ହଜାର ୯୭୦ ଅର୍ଥାତ ୯୨.୩୭% ରହିଛି ।
ଛାତ୍ରଛାତ୍ରୀମାନେ ବୋର୍ଡ ପକ୍ଷରୁ ଜାରି କରାଯାଇଥିବା ୱେବସାଇଟ www.bseodisha.ac.inରେ ରୋଲନମ୍ବର ଆଧାରରେ ରେଜଲ୍ଟ ଜାଣିପାରିବେ ଏବଂ www.bseodisha.nic.in ରେ ଅପରାହ୍ନ ୨ଟାରୁ ପରୀକ୍ଷା ଫଳ ଉପଲବଧ୍ ହେବ । ମୋବାଇଲ୍ରେ ମେସେଜ୍ ଦ୍ୱାରା ମଧ୍ୟ ଛାତ୍ରଛାତ୍ରୀମାନେ ରେଜଲ୍ଟ ଜାଣିପାରିବେ । ପରୀକ୍ଷାର୍ଥୀମାନେ OR10(Space) Roll Number(Space) ଦେଇ ୫୬୭୬୭୫୦ କୁ ମେସେଜ୍ ପଠାଇଲେ ସେମାନଙ୍କ ପରୀକ୍ଷା ଫଳ ପାଇପାରିବେ ।




admin 