ମିଳରଙ୍କ ଭରସାରେ ଚାଳିଛି ଧାନ ମଣ୍ଡି
ମିଳରଙ୍କ ଭରସାରେ ଚାଳିଛି ଧାନ ମଣ୍ଡି
admin
Dec 4, 2019 - 13:00
Updated: Dec 4, 2019 - 13:00
ଗୁଡଭେଲା/ତୁଷୁରା - ସରକାର ଚାଷିଙ୍କ ଠାରୁ ସିଧା ସଳଖ ଧାନ କିଣିବା ପାଇଁ ଯୋଜନା କରିଥିବା ବେଳେ ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକରେ ଥିବା ମଣ୍ଡିଗୁଡିକ ମିଲର ଭରସାରେ ଚାଳିଥିବା ଅଭିଯୋଗ ହେଉଛି । ବୁଧବାର ଏହି ବ୍ଳକ ଅନ୍ତର୍ଗତ ନୂଆପଡା ପ୍ରାଥମିକ ସମବାୟ ସମିତି ପକ୍ଷରୁ ଧାନ କିଣା ଯାଇଥିବା ମଣ୍ଡିରେ୧୮ଟି ଚାଷୀଙ୍କ ପ୍ରାୟ ୨୭ ଶହ ପାକେଟ ଧାନ ଆସିଥିବା ବେଳେ ଚାଷୀମାନଙ୍କୁ ବିଭିନ୍ନ ଆଳ ଦେଖାଇ ମିଲର ହଇରାଣ କରୁଥିବା ଅଭିଯୋଗ ହେଉଛି । ତପ ସାହୁ ନାମକ ଜଣେ ଚାଷୀ କହନ୍ତି ଯେ, ଆମେ ଜରି ବସ୍ତାରେ ଧାନ ଆଣିଥିବାରୁ ଗଜନନ ରାଇସ ମିଲ ପ୍ରତିନିଧି ପିଣ୍ଟୁ ଶର୍ମା ଉକ୍ତ ଧାନଗୁଡିକୁ ନେବା ପାଇଁ ମନା କରିଦେଇଛନ୍ତି । ଆଉ କିଛି ଚାଷୀ ଅଭିଯୋଗ କରନ୍ତି ଯେ,ବିଭିନ୍ନ ଆଳ ଦେଖାଇ ମିଳରମାନେ ୩ ରୁ ୫ କେଜି ପର୍ଯ୍ୟନ୍ତ ବସ୍ତାରେ କଟନି ଛଟନି କରୁଥିବାର ବିରୋଧ କରାଯିବାରୁ ଆଜି ଧାନ ମଣ୍ଡିରୁ ଧାନ ଉଠିପାରିଲା ନାହିଁ । ଏଣୁ ଶୀତ କାକର ରାତ୍ରୀ ଏବେ ଚାଷୀ ନିଜ କଷ୍ଟଉପôାଜିତ ଧାନକୁ ଜଗିଥିବା ବେଳେ ଚାଷି ବାଧ୍ୟ ହୋଇ କମ ଦରରେ ଧାନ ଖୋଲା ବଜାରରେ ବିକି୍ର କରୁଥିବା ଦେଖିବାକୁ ମିଳୁଛି । ଏପରିକି ଚଳିତ ବର୍ଷ ୧୫ ତାରିଖରୁ ବଲାଙ୍ଗିର ଜିଲାରେ ଧାନ ମଣ୍ଡି ଖୋଳିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଘୋଷଣା କରାଯାଥିବା ବେଳେ ପ୍ରାଥମିକ ସମବାୟ ସମିତି ମାଧ୍ୟମରେ ଚଳିତ ବର୍ଷ ଗୁଡଭେଲା ବ୍ଳକର ଆଠଟି ସ୍ଥାନରେ ମଣ୍ଡି ଖୋଳିବା ପାଇଁ ଧାର୍ଯ୍ୟ କରାଯ୍ାଇଛି । ଏହି ପରିପେକ୍ଷିରେ ନୂଆଁପଡା ପ୍ରାଥମିକ ସମବାୟ ସମିତି ପକ୍ଷରୁ ୨୭ ତାରିଖରୁ ମଣ୍ଡି ଆରମ୍ଭ ହୋଇଥିବା ବେଳେ ଏହି ପେକ୍ସ ପାଇଁ ୩୩୨ ଜଣ ଚାଷୀଙ୍କୁ ଟୋକନ ମିଳିଥିଲେ ମଧ୍ୟ ଗତ ତା.୩-୧୨-୧୯ ପର୍ଯ୍ୟନ୍ତ ୨୧ ଜଣ ଚାଷୀଙ୍କ ଠାରୁ ପ୍ରାୟ ୧୦୬୩ କୁଣ୍ଟାଳ ୭୫ କେଜି ଧାନ କ୍ରୟ ହୋଇଛି । ଏନେଇ ପେକ୍ସ ସମ୍ପାଦକ ତଥା ଧାନ କ୍ରୟ ଦାୟିତ୍ୱରେ ଥିବା ଅଧିକାରୀ ଗକୁଲା ପ୍ରଧାନଙ୍କୁ ପଚାରିବାକୁ ସେ କହିଥିଲେ ଯେ, ଗଜାନନ ରାଇସ ମିଳ ମାଲିକ ଜରି ପାକେଟ ଥିବା ଦର୍ଶାଇ ଧାନ ଉଢାଇବାକୁ ମନା କରିଦେଇଥିଲେ । ଏଣୁ ଗୁରୁବାର ଧାନ ଉଠାଯିବ ବୋଳି ସଫାଇ ଦେଇଥିଲେ । ଏ ସମ୍ପର୍କରେ ଜିଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନଙ୍କୁ ପଚାରିବାରୁ ସେ କହନ୍ତି ଯେ, ଏପରି ମିଲର ମନା କରିପାରିବେ ନାହିଁ, ଆଉ କଣ ହୋଇଛି ଦେଖି କିଛି କହିପରିବି ବୋଳି କହିଥିଲେ । ଏସମ୍ପର୍କରେ ଗଜାନନ ରାଇସର ପ୍ରତିନିଧି ପିଣ୍ଟୁ ଶର୍ମାଙ୍କୁ ପଚାରିବାରୁ ସେ କହନ୍ତି ଯେ, ଗାଇଟ ଲାଇନରେ ଜରି ପାକେଟ ମନା ଥିବାରୁ ଧାନ ଉଠାଇଲି ନାହିଁ, ବାକି ଅଭିଯୋଗକୁ ଅସ୍ୱୀକାର କରିଥିଲେ । ଏଣୁ ଏ ଦିଗରେ ଜିଲା ପ୍ରଶାସନ ଓ ବିଭାଗୀୟ ମନ୍ତ୍ରୀ ଦୃଷ୍ଟି ଦେଇ ମଣ୍ଡିରୁ ଦଲାଲ ଓ ମିଲରଙ୍କ ରାଜୁତି ବନ୍ଦ କରିବା ପାଇଁ ଅଚନାକ ଚଢାଉ କରିବାକୁ ଚାଷି ମହଳରେ ଦାବୀ ହେଉଛି ।