ମୋଦିଙ୍କ ବିରୋଧରେ ଲଢିବେ ୧୧୧ ଚାଷୀ

ମୋଦିଙ୍କ ବିରୋଧରେ ଲଢିବେ ୧୧୧ ଚାଷୀ

ମୋଦିଙ୍କ ବିରୋଧରେ ଲଢିବେ ୧୧୧ ଚାଷୀ
ଚେନ୍ନାଇ:ବିଭିନ୍ନ ଦାବିକୁ ନେଇ ରାଜଧାନୀ ଦିଲ୍ଲୀରେ ଆନ୍ଦୋଳନ କରିବାର କିଛି ବର୍ଷ ପରେ ତାମିଲନାଡୁର କେତେକ ଚାଷୀ ସମାନ କାରଣରୁ ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି । ତାମିଲନାଡୁର ୧୧୧ ଜଣ ଚାଷୀ ମୋଦିଙ୍କ ବିରୋଧରେ ବାରାଣସୀ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ରାଜ୍ୟର କୃଷକ ନେତା ପି ଆୟାକାନ୍ନୁ ଶନିବାର ଘୋଷଣା କରିଛନ୍ତି । ସେ କହିଛନ୍ତି କି ବିଜେପି ନିଜ ନିର୍ବାଚନୀ ଇସ୍ତାହାରରେ ସେମାନଙ୍କ ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଉ । ଯଦି ଦଳ ଏଭଳି ପ୍ରତିଶ୍ରୁତି ଦେବ, ତାହାହେଲେ ସେମାନେ ନିଜ ନିଷ୍ପତିରୁ ଓହରି ଯିବେ । ନଚେତ ସେମାନେ ମୋଦଙ୍କ ବିରୋଧରେ ଲଢିବା ନିଷ୍ପତିରେ କାଏମ ରହିବେ । ସେମାନେ କୃଷିଜାତ ଦ୍ରବ୍ୟର ଉଚିତ୍ ମୂଲ୍ୟ ପ୍ରଦାନ କରିବା ଏବଂ ନଦୀ ସଂଯୋଗୀକରଣ ଯୋଜନାକୁ ତ୍ୱରାନ୍ୱିତ କରିବା ଆଦି ଦାବି କରି ଆସୁଛନ୍ତି । ଏହି ଦାବି ପୂରଣ କରିବା ଲକ୍ଷରେ ୨୦୧୭ ମସିହାରେ ଦିଲ୍ଳୀର ଯନ୍ତରମନ୍ତର ଠାରେ ସେମାନେ ୧୦୦ ଦିନ ଧରି ଆନ୍ଦୋଳନ କରିଥିଲେ ।