ଯୋଗୀ ସରକାର ମୋ ଫୋନ୍ ଟ୍ୟାପିଂ କରୁଛି, କିଏ କହିଲେ ଏମିତି
ଯୋଗୀ ସରକାର ମୋ ଫୋନ୍ ଟ୍ୟାପିଂ କରୁଛି, କିଏ କହିଲେ ଏମିତି
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଏବରେଲି ଗସ୍ତରେ ଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ରାଜ୍ୟର ଯୋଗୀ ସରକାର ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି, ଯୋଗୀ ସରକାର ତାଙ୍କ ଫୋନ୍ ଟ୍ୟାପିଂ କରୁଛନ୍ତି । ସେ କାହା ସହିତ କ’ଣ କଥାବାର୍ତ୍ତା ହେଉଛନ୍ତି, ତାହା ସରକାର ଶୁଣୁଛନ୍ତି ।
ଗଣମାଧ୍ୟମକୁ ପ୍ରିୟଙ୍କା କହିଛନ୍ତି ସରକାରଙ୍କ କାମ ରାସ୍ତାଘାଟ ଓ ହସ୍ପିଟାଲ ନିର୍ମାଣ କରିବା, ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଓ ଲୋକଙ୍କ ଆପତ୍ତି ଅଭିଯୋଗ ଶୁଣି ତାର ସମାଧାନ କରିବା। କିନ୍ତୁ ବର୍ତ୍ତମାନର ସରକାର ବିରୋଧୀ ଦଳ ନେତାମାନଙ୍କ ଫୋନ ଟ୍ୟାପିଙ୍ଗ କରି ଶୁଣୁଛନ୍ତି । ଏଥିସହିତ ସେ ବହୁଜନ ସମାଜ ପାର୍ଟି ମୁଖ୍ୟ ମାୟାବତୀ ଓ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପରେ ବି ଖୁବ ବର୍ଷିଛନ୍ତି । ପ୍ରିୟଙ୍କା କହିଛନ୍ତି ମାୟାବତୀଙ୍କୁ ଆଉ ପ୍ରଚାର ମଇଦାନରେ ଦେଖିବାକୁ ମିଳୁନାହିଁ। ଯଦିଓ ଅଖିଳେଶ ଦୁଇ ମାସ ହେଲା ପ୍ରଚାର ଚଳାଇଛନ୍ତି,କିନ୍ତୁ କଂଗ୍ରେସ ଏକାକି ରାଜ୍ୟ ସରକାରଙ୍କ ବିରୋଧରେ ଲଢ଼ୁଛି ରାଜ୍ୟରେ।




admin 