ଯୋଶୀଙ୍କୁ ନିର୍ବାଚନ ଲଢିବାକୁ ମନା

ଯୋଶୀଙ୍କୁ ନିର୍ବାଚନ ଲଢିବାକୁ ମନା

ଯୋଶୀଙ୍କୁ  ନିର୍ବାଚନ ଲଢିବାକୁ ମନା
ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ମରୂଲୀ ମନୋହର ଯୋଶୀଙ୍କୁ ନିର୍ବାଚନ ନ ଲଢିବାକୁ କୁହାଯାଇଛି ।ଦଳର ପ୍ରତିଷ୍ଠାତା ସଦସ୍ୟ ଲାଲକୃଷ୍ଣ ଆଡଭାନୀଙ୍କ ପରେ ଯୋଶୀଙ୍କୁ ନିର୍ବାଚନ ନ ଲଢିବା ପାଇଁ କୁହାଯାଇଥିବା ଯୋଶୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯାଇଛି । ଯୋଶୀ ୨୦୦୯ ମସିହାରେ ବାରଣାସୀରୁ ନିର୍ବାଚିତ ହୋଇଥିଲେ ମଧ୍ୟ ୨୦୧୪ରେ ସେ ଏହାକୁ ନରେନ୍ଦ୍ର ମୋଦୀଙ୍କ ପାଇ ଁ ଛାଡିଦେଇଥିଲେ । ଅନ୍ୟପକ୍ଷରେ ଉତର ପ୍ରଦେଶର ବିଜେପି ପ୍ରାର୍ଥୀଙ୍କ ନୂଆ ତାଲିକା ପ୍ରକାଶ ପାଇଛି । ଏଥିରେ ବରୁଣ ଗାନ୍ଧୀ ଏବଂ ମେନକା ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ଅଦଳବଦଳ କରାଯାଇଛି । ମେନକା ଏବେ ସୁଲତାନପୁରରୁ ଏବଂ ବରୁଣ ପିଲିଭିଟ୍ ଆସନରୁ ପ୍ରାର୍ଥୀ ହେବେ । ଏଥର ୮୫ ବର୍ଷିୟ ଯୋଶୀଙ୍କୁ ଦଳ ନିର୍ବାଚନ ନ ଲଢିବାରୁ ଯୋଶୀ କାନପୁର ନିର୍ବାଚନମଣ୍ଡଳୀ ମତଦାତାଙ୍କୁ ଆଜି ଏକ ଖୋଲା ପତ୍ର ମାଧ୍ୟମରେ ତାଙ୍କ ବ୍ୟଥା ବ୍ୟକ୍ତ କରିଛନ୍ତି । ତାଙ୍କୁ ଦଳ ତରଫରୁ ସାଧାରଣ ସମ୍ପାଦକ ରାମଲାଲ କାନପୁର କିମ୍ବା ଅନ୍ୟ କୌଣସି ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ନ ଲଢିବାକୁ କହିଥିବା ଯୋଶୀ କହିଛନ୍ତି । ଦଳ ତରଫରୁ ସ୍ପଷ୍ଟ କରାଯାଇଛି ଯେ ଏହା ବିଜେପିର ନୀତିଗତ ନିଷ୍ପତି ଏବଂ ଯୁବ ପିଢିଙ୍କୁ ଗୁରୁ୍ତ୍ୱ ଦେବା ପାଇଁ ଏଭଳି କରାଯାଇଛି ।