ରାଜ୍ୟକୁ ବଜେଟ ପ୍ରସ୍ତାବ ଦେଇପାରିବେ ସାଧାରଣ ଜନତା

ରାଜ୍ୟକୁ ବଜେଟ ପ୍ରସ୍ତାବ ଦେଇପାରିବେ ସାଧାରଣ ଜନତା

ରାଜ୍ୟକୁ ବଜେଟ ପ୍ରସ୍ତାବ ଦେଇପାରିବେ ସାଧାରଣ ଜନତା
ଭୁବନେଶ୍ୱର; ରାଜ୍ୟ ଅର୍ଥ ବିଭାଗ ତରଫରୁ ବଜେଟକୁ ନେଇ ପୂର୍ବ ପ୍ରସ୍ତୁତି ଜାରି ରହିଛି । ସମାଜର ବିଭିନ୍ନ ବର୍ଗର ପ୍ରତିନିଧିମାନଙ୍କ ମତାମତ ଗ୍ରହଣ କରାଯାଉଛି । ବଜେଟକୁ ଅଧିକ ଉନ୍ମୁକ୍ତ ଓ ସହଭାଗିତା ଭିତ୍ତିକ କରିବା ଲାଗି ଅର୍ଥ ବିଭାଗ ତରଫରୁ ଇ-ମେଲ, ହ୍ୱାଟସ ଆପ ଓ ଏସଏମଏସ ମାଧ୍ୟମରେ ମତାମତ ସଂଗ୍ରହ କରାଯାଉଛି । ଜନସାଧାରଣଙ୍କ ଠାରୁ ମତାମତ ସଂଗ୍ରହ କରିବା ନିମନ୍ତେ ଏକ ନିର୍ଦ୍ଧିଷ୍ଟ ଢ଼ାଞ୍ଚାରେ ପରାମର୍ଶ ଆହ୍ୱାନ କରାଯାଉଛି । ଏହା budget.odisha.gov.in ଉପଲବ୍ଧ ହୋଇଛି । ଲୋକମାନେ ନିଜ ପ୍ରସ୍ତାବଗୁଡ଼ିକୁ ଇ-ମେଲ ମାଧ୍ୟମରେ odisha.budget@gov.in ରେ ପଠାଇପାରିବେ । ସେହିପରି ୯୪୩୮୧୬୧୧୧୧ ମୋବାଇଲ ନମ୍ବରକୁ ହ୍ୱାଟସ ଆପ ମଧ୍ୟ କରିପାରିବେ । ଟ୍ୱିଟର @FdOdisha ଓ ଫେସବୁକରେ @financeOdisha ଦ୍ୱାରା ମଧ୍ୟ ମତାମତ ପଠାଥ ହେବ । ଏହି ସୁବିଧା ଚଳିତ ମାସ ୨୨ ରୁ ଆରମ୍ଭ ହୋଇ ୨୦୨୧ ଜାନୁଆରୀ ୨୧ ପର୍ଯ୍ୟନ୍ତ ଉପଲବ୍ଧ ରହିବ । ସାଧାରଣ ଜନତା, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀମାନେ ଏହି ସବୁ ବ୍ୟବସ୍ଥାକୁ ବ୍ୟବହାର କରି ରାଜ୍ୟ ସରକାରଙ୍କ ବଜେଟ ପ୍ରସ୍ତୁତ ପ୍ରକି୍ରୟାରେ ସକି୍ରୟ ଭୂମିକା ଗ୍ରହଣ କରିପାରିବେ ।