ରାତି ପାହିଲେ ମାଟ୍ରିକ୍ ପରୀକ୍ଷା, ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂଲ ଯୋଗୁଁ ପରୀକ୍ଷାରୁ ବଂଚିତ ମଂଟୁ ମଲ୍ଲିକ, ଏଯାଏଁ ମିଳିନାହିଁ ଆର୍ଡମିଟକାର୍ଡ

ରାତି ପାହିଲେ ମାଟ୍ରିକ୍ ପରୀକ୍ଷା । ପରୀକ୍ଷା ପାଇଁ ବିଦ୍ୟାଳୟମାନଙ୍କରେ ସବୁ ପ୍ରକାର ପ୍ରସ୍ତୁତି ମଧ୍ୟ ସରିଲାଣି । ଏପରିକି ଛାତ୍ରଛାତ୍ରୀଙ୍କୁ ଆର୍ଡମିଟକାର୍ଡ ବି ମିଳିସାରିଛି । ହେଲେ କେନ୍ଦ୍ରାପଡାରେ ସ୍କୁଲ କର୍ତ୍ତୃପକ୍ଷଙ୍କ ଭୂଲ ଯୋଗୁଁ ଜଣେ ମେଧାବୀ ଛାତ୍ର ଏଯାଏଁ ଆର୍ଡମିଟକାର୍ଡ ପାଇନାହାନ୍ତି । ତେଣୁ ପରୀକ୍ଷା ଦେବାରୁ ବଂଚିତ ହେବେ ବୋଲି ଆଶଙ୍କା କରିଛନ୍ତି ଏହି ମେଧାବୀ ଛାତ୍ର ଜଣକ । କେନ୍ଦ୍ରାପଡା ରାଧାଗୋବିନ୍ଦ ନୋଡାଲ ବିଦ୍ୟାପୀଠର ଛାତ୍ର ମଂଟୁ ମଲ୍ଲିକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେବା ପାଇଁ ଫର୍ମ ଫିଲଅପ୍ କରିଥିଲେ । ଆବଶ୍ୟକୀୟ କାଗଜପତ୍ର ମଧ୍ୟ ଦେଇଥିଲେ । ହେଲେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ନାମ, ବାପାଙ୍କ ନାମ ଓ ଫଟୋ ସଂପୂର୍ଣ୍ଣ ଭୂଲ ଦେଇଥିବାରୁ ମଂଟୁଙ୍କ ଆର୍ଡିମିଟକାର୍ଡ ଆସିନାହିଁ । ବିଦ୍ୟାଳୟର ଅନ୍ୟ ପିଲାମାନେ ଆର୍ଡମିଟକାର୍ଡ ପାଇ ସାରିଥିବା ବେଳେ ଏଯାଏଁ ମଂଟୁଙ୍କୁ ଆର୍ଡମିଟକାର୍ଡ ମିଳିନାହିଁ । ଜଣେ ମେଧାବୀ ଛାତ୍ର ବର୍ଷ ଯାକ ପରିଶ୍ରମ କରି ପାଠପଢି ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି କରୁଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷଙ୍କ ଏଭଳି ଭୂଲ ପିଲାଙ୍କ ଭବିଷ୍ୟତ ସହ ଖେଳ ।