ରେଭେନ୍ସା ଦ୍ୱିତୀୟ କ୍ୟାମ୍ପେସରେ ଦନ୍ତା

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପେସରେ ଦନ୍ତା

ରେଭେନ୍ସା ଦ୍ୱିତୀୟ କ୍ୟାମ୍ପେସରେ ଦନ୍ତା
କଟକ: ରେଭେନ୍ସା ଦ୍ୱିତୀୟ କ୍ୟାମ୍ପସରେ ଦନ୍ତା ହାତୀର ଉପଦ୍ରବ କରିଥିବା ଦେଖିବାକୁ ମିଳିଛି । ସିଡିଏ, ସେକ୍ଟର ୧୩ ସ୍ଥିତ ଦ୍ୱିତୀୟ କ୍ୟାମ୍ପସ ଭିତରେ ଦନ୍ତା ହାତୀକୁ ଦେଖିବାକୁ ମିଳିଛି । କ୍ୟାମ୍ପସର ପାଚେରି ଭାଙ୍ଗି ଭିତରକୁ ପଶିଛି । କ୍ୟାମ୍ପସ ଭିତରେ ଦନ୍ତା ହାତୀଟି ଅନେକ କ୍ଷତି କରିଛି । ଦନ୍ତା ହାତୀଟିକୁ ଦେଖି ଛାତ୍ରଛାତ୍ରୀମାନେ ଭୟଭିତ ହୋଇଯାଇଛନ୍ତି । ବନ କର୍ମଚାରୀମାନେ ରେଭେନ୍ସ ଦ୍ୱିତୀୟ କ୍ୟାମ୍ପେସରେ ପହଂଚି ହାତୀଟି ଘଉଡେଇଛନ୍ତି । ହାତୀଟି କ୍ୟାମ୍ପସ ଭିତରକୁ କାହିଁକି ପଶିଲା ଅନେକଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି ।