ରୋଗ ପ୍ରତିରୋଧକ ଶକ୍ତି ବଢାଏ ଷୋରିସ ତେଲ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଷୋରିସ ତେଲ

ରୋଗ ପ୍ରତିରୋଧକ ଶକ୍ତି ବଢାଏ ଷୋରିସ ତେଲ
ଆୟୁର୍ବେଦରେ ସୋରିଷ ତେଲର ମହତ୍ତ୍ୱ ଉଲ୍ଲେଖ ଥିବା ବେଳେ ଭାରତରେ ମଧ୍ୟ କାହିଁ କେତେ ବର୍ଷ ତଳୁ ସୋରିଷ ତେଲର ବ୍ୟବହାର ହୋଇଆସୁଛି । ଏବର ପିଢ଼ି ଅଲିଭ ତେଲ, ସେୟାବିନ ତେଲ ମୋହରେ ବାନ୍ଧି ହୋଇଥିବା ବେଳେ ସୋରିଷ ତେଲ କିନ୍ତୁ ସବୁଠୁ ଗୁଣକାରୀ ବୋଲି ପରୀକ୍ଷାରୁ ପ୍ରମାଣିତ ହୋଇଛି । ଆଣ୍ଟିଅକ୍ସିଡାଣ୍ଟ ଓ ଫ୍ୟାଟି ଏସିଡ ଭରପୁର ସୋରିଷ ତେଲ ରନ୍ଧା ଖାଇବା ସ୍ୱାସ୍ଥ୍ୟ ପାଇଁ ହିତକାରୀ । ଗାଁ ଗହଳିରେ ଲୋକ ସୋରିଷ ତେଲ ରନ୍ଧା ଖାଦ୍ୟ ଖାଇ ଏକ ସୁସ୍ଥ ଜୀବନ ଅତିବାହିତ କରୁଥିବା ବେଳେ ସହରୀ ଲୋକ ବିଭିନ୍ନ ବ୍ରାଣ୍ଡର ତେଲ ରନ୍ଧା ଖାଦ୍ୟ ଖାଇ ରୋଗାକ୍ରାନ୍ତ ହେଉଛନ୍ତି । ଆମେରିକାନ୍‍ ଜର୍ଣ୍ଣାଲ ଅପ୍‍ କ୍ଲିନିକାଲ୍‍ ନୁ୍ୟଟି୍ରସନ୍‍ର ତଥ୍ୟ ଅନୁସାରେ, ସୋରିଷ ତେଲ ହୃଦରୋଗୀଙ୍କ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଭଲ । ଏଥିରେ ଥିବା ଆଲଫା ଲିନୋଲେନିକ ଏସିଡ ତତ୍ତ୍ୱ ହୃଦରୋଗ ହେବାର ଆଶଙ୍କା କମ୍‍ କରୁଥିବାର ବିଶେଷଜ୍ଞ ପ୍ରକାଶ କରିଛନ୍ତି । ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଉଥିବା ଏହି ତେଲ ବିଭିନ୍ନ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ । ଭିଟାମିନ୍‍ ଇ ମହଜୁଦ୍‍ ଥିବା ସୋରିଷ ତେଲ ତ୍ୱଚା ଓ କେଶ ଉପରେ ମଧ୍ୟ ଉତ୍ତମ ପ୍ରଭାବ ପକାଏ ।