କାହିଁକି ଶରୀରରୁ ହ୍ରାସ ପାଏ ଭିଟାମିନ ଡି

କାହିଁକି ଶରୀରରୁ ହ୍ରାସ ପାଏ ଭିଟାମିନ ଡି

କାହିଁକି ଶରୀରରୁ ହ୍ରାସ ପାଏ ଭିଟାମିନ ଡି
ଭିଟାମିନ ଡି ଏପରି ଏକ ପୋଷକ ତତ୍ତ୍ୱ ଯାହାର ସହଯୋଗରେ କ୍ୟାଲସିୟମ ନିର୍ମାଣ ହୁଏ । ଏହାର ପ୍ରୋ ହରମୋନର ସମୂହ । ଏହା କ୍ୟାଲସିୟମକୁ ଶୋଷି ନେଇ ହାଡ଼କୁ ପ୍ରଦାନ କରିଥାଏ । ଏହି ଭିଟାମିନ ଦୁଇ ପ୍ରକାର ହୋଇଥାଏ । ଭିଟାମିନ ଡି-୨ ଓ ଡି-୩ । ଶରୀରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ କାର୍ଯ୍ୟ କରୁଥିବା କୋଷିକାକୁ ଭିଟାମିନ ଡି ସହାୟତା ପ୍ରଦାନ କରିଥାଏ । ଯଦ୍ୱାରା ଇମୁନିଟି ସିଷ୍ଟମ ମଜବୁତ ହୋଇଥାଏ । ଭିଟାମିନ ଡି-୩ କୋଷିକାରେ ପ୍ରୋଟିନ ମାତ୍ରାକୁ ନିୟନ୍ତ୍ରଣ କରିଥାଏ । ଏହି ପ୍ରୋଟିନ କାରଣରୁ ଶରୀରକୁ ସଠିକ ଆକାର ମିଳେ । ବୟସ ବଢ଼ିବା ସହିତ ଶରୀରରେ ପ୍ରୋଟିନ ତିଆରି ହେବା କ୍ଷମତା କମିଯାଏ । ଭିଟାମିନ ଡି କମ ହେବା କାରଣରୁ ହାଡ଼ରେ କ୍ୟାଲସିୟମ ପରିମାଣ କମିଯାଏ । ଯଦ୍ୱାରା ହାଡ଼ ଦୁର୍ବଳ ହୋଇଯାଏ । କ୍ୟାଲସିୟମ ଟାବଲେଟ ଯେତେ ନେଲେ ବି ଭିଟାମିନ ଡି ଅଭାବରୁ ଶରୀରକୁ ଏହାର ସମ୍ପର୍ଣ୍ଣ ଲାଭ ମିଳିନଥାଏ । ଯଦି ଶରୀରରେ କ୍ୟାଲସିୟମ ପରିମାଣ କମ ହୋଇଗଲେ ରକ୍ତ ହାଡ଼ରୁ କ୍ୟାଲସିୟମ ନେବା ଆରମ୍ଭ କରିଦେଇଥାଏ । ଯଦ୍ୱାରା ଲୋକଙ୍କ ହାତ ଓ ଗୋଡ଼ ଗଣ୍ଠିରେ ବ୍ୟଥା ଅନୁଭବ ହୋଇଥାଏ । କିଛି ପିଲାଙ୍କ ଠାରେ ଜନ୍ମରୁ ଭିଟାମିନ ଡିର କମି ଦେଖାଯାଇଥାଏ । ଫଳରେ ତାଙ୍କ ହାତ ଓ ଗୋଡ଼ରେ ବ୍ୟଥା ଅନୁଭବ ହୋଇଥାଏ । ଏପରି ସମସ୍ୟାକୁ ରିକେଟ୍ସ କୁହାଯାଏ । ଗର୍ଭାବସ୍ଥାରେ ଖାଦ୍ୟପେୟ ସମ୍ବନ୍ଧୀୟ ପରିବର୍ତ୍ତନ ଓ ଚିକିତ୍ସା ସୁବିଧା କାରଣରୁ ଏପରି ସମସ୍ୟା କମ ଦେଖାଯାଉଛି । ଗର୍ଭବତୀ ସ୍ତ୍ରୀ କୁପୋଷଣ ଶିକାର ହୋଇଥିଲେ ପିଲାଙ୍କ ଠାରେ କ୍ୟାଲସିୟସ କମ ରହିବା ଆଶଙ୍କା ଦେଖାଯାଇଥାଏ । ଜୀବନଶୈଳୀରେ ପରିବର୍ତ୍ତନ ଏହାର ମୁଖ୍ୟ କାରଣ । ଆଜିକାଲି ଅଧିକାଂଶ ଲୋକ ସକାଳୁ ସକାଳୁ ଅଫିସ ପଳାଇଥାନ୍ତି । ସନ୍ଧ୍ୟା ପରେ ଫେରିଥାନ୍ତି । ଯଦ୍ୱାରା ତାଙ୍କ ଶରୀରରେ ସୂର୍ଯ୍ୟକିରଣ ପଡ଼ିନଥାଏ । ଯାହା ଭିଟାମିନ ଡିର ପ୍ରମୁଖ ସୋତ୍ର । ପ୍ରାୟ ଲୋକ କହିଥାନ୍ତି ସକାଳେ ଚାଲିଲେ ଶରୀରକୁ ଭିଟାମିନ ଡି ମିଳେ । ବାସ୍ତବରେ ତାହା ନୁହେଁ । ଏକ ଅଧ୍ୟୟନରୁ ଜଣାଯାଇଛି ସକାଳ ୧୧ଟାରୁ ୧ଟା ଭିତରେ ୩୦ ମିନିଟ ପର୍ଯ୍ୟନ୍ତ ସୂର୍ଯ୍ୟଙ୍କ ସଂସ୍ପର୍ଶରେ ରହିବା ଉଚିତ । ଏପରି କଲେ ଶରୀରକୁ ଭିଟାମିନ ଡି ମିଳେ । କିନ୍ତୁ ଆଧୁନିକ ଜୀବନଶୈଳୀ ଲୋକ ବ୍ୟସ୍ତତା ଭିତରେ ଏହାର ଲାଭ ପାଇ ପାରିନଥାନ୍ତି । ପୂର୍ବରୁ ଗାଁରେ ଘରମାନଙ୍କରେ ଖୋଲା ପବନ ସହିତ ସୂର୍ଯ୍ୟଙ୍କ କିରଣ ପଡ଼ୁଥିଲା । ହେଲେ ଏବେ ବଡ଼ ବଡ଼ ସହରରେ ଛୋଟ ଛୋଟ ଫ୍ଲାଟରେ ସୂର୍ଯ୍ୟ କିରଣ ପଡ଼ିବା ସ୍ୱପ୍ନ ହୋଇପଡ଼ିଛି । ବଢ଼ୁଥିବା ବାୟୁ ପ୍ରଦୂଷଣ ଏହାର ମୁଖ୍ୟ କାରଣ । ତାହାଛଡ଼ା ଘରୁ ବାହାରକୁ ଯାଉଥିବା ଲୋକ ଟାନିଂ ଓ କରୋନା ସଂକ୍ରମଣ ଭଲରେ ମୁହଁ ସହିତ ପୁରା ଶରୀରକୁ ଭଲ ଭାବରେ ଘୋଡାଇ ଦେଇଥାନ୍ତି । ଯଦ୍ୱାରା ଶରୀରକୁ ପର୍ଯ୍ୟପ୍ତ ପରିମାଣରେ ଭିଟାମିନ ଡିର ମିଳିପାରି ନଥାଏ । ଯଦି ଶରୀରରେ ଭିଟାମିନ ଡିର କମି ରହିଛି । ତେବେ ହାଡ଼ ଓ ମାଂସପେଶି ଦୁର୍ବଳ ହେବା ସହିତ ଚାଲିବାରେ ସମସ୍ୟା ଦେଖାଯାଇଥାଏ । ଏହା ସହିତ ଥକାପଣ ଲାଗିବା, କେଶ ଝଡ଼ିବା, ଚିଡ଼ଚିଡ଼ା ଲାଗିବା, ମହିଳାଙ୍କ ଠାରେ ଋତୁସ୍ରାବରେ ଅନିୟମିତତା ହେବା, ରୋଗ ପ୍ରତିଷେଧକ ହ୍ରାସ ପାଇବା ଭଳି ସମସ୍ୟା ଦେଖାଯାଇଥାଏ । ସେହିପରି ସ୍ମରଣ ଶକ୍ତି ମଧ୍ୟ ହ୍ରାସ ପାଇଥାଏ । ଆମେରିକାର ସିକାଗୋ ୟୁନିଭରସିଟିରେ ୪୮୯ ରୋଗୀଙ୍କୁ ନେଇ ଏକ ଅଧ୍ୟୟନ କରାଯାଇଥିଲା । ଏହି ଅଧ୍ୟୟନରୁ ଜଣାଯାଇଛି ଯେ, ଯେଉଁ ରୋଗୀଙ୍କ ଠାରେ ଭିଟାମିନ ଡିର କମି ରହିଛି ସେମାନଙ୍କ ଠାରେ କରୋନା ସଂକ୍ରମଣ ଭୟ ଦୁଇଗୁଣା ରହିଛି । ଯଦି ଆପଣଙ୍କ ଠାରେ ଭିଟାମିନ ଡି କମିର ଲକ୍ଷଣ ଦେଖାଯାଏ ତେବେ ତୁରନ୍ତ ଏହାର ପରୀକ୍ଷା କରିବା ଉଚିତ । ପରେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଭିଟାମିନି ଡିର ଔଷଧ ସେବନ କରିବା ଉଚିତ । ଏହାଛଡ଼ା ନିୟମିତ ବ୍ୟାୟମ କରିବା ଉଚିତ । ବ୍ୟାୟମ କରିବା ଦ୍ୱାରା ଭିଟାମିନ ଡି ଓ କ୍ୟାଲସିୟମ ଅବଶୋଷରେ ସହାୟକ ହୋଇଥାଏ ।