କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇବାକୁ ମତ ରଖିଥିଲେ ଆଇସିଏମଆର ଟାସ୍କ ଫୋର୍ସ
କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇବାକୁ ମତ ରଖିଥିଲେ ଆଇସିଏମଆର ଟାସ୍କ ଫୋର୍ସ
admin
May 17, 2021 - 12:04
Updated: May 17, 2021 - 12:04
ନୂଆଦିଲ୍ଲୀ : କରୋନା ସଂକ୍ରମଣ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହେଉନାହିଁ । ଅଧିକାଂଶ ରୋଗୀଙ୍କ କ୍ଷେତ୍ରରେ ଏହାର ପ୍ରୟୋଗ ବିଫଳ ହୋଇଥିବା ଜଣାପଡ଼ିଛି । ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ଲାଜମା ଚିକିତ୍ସାର କୌଣସି ପ୍ରଭାବ ନ ରହିବା ଚିନ୍ତାର କାରଣ ହେଲାଣି । ଦୁଇ ଦିନ ତଳେ ଆଇସିଏମଆର ଟାସ୍କ ଫୋର୍ସ ବୈଠକରେ ଅଧିକାଂଶ ସଦସ୍ୟ କରୋନା ଚିକିତ୍ସାରୁ ପ୍ଲାଜମା ଥେରାପିକୁ ହଟାଇବାକୁ ମତ ରଖିଥିଲେ । ଏ ବାବଦରେ ନୂଆ ମାର୍ଗଦର୍ଶିକା ଜାରି କରିବାକୁ ପ୍ରସ୍ତୁତି ଚାଲିଥିବା ବେଳେ ଅନେକ ପ୍ରମୁଖ ହସ୍ପିଟାଲରୁ ମିଳିଥିବା ତଥ୍ୟ ଆଧାରରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ଅନେକ ବରିଷ୍ଠ ବୈଜ୍ଞାନିକ ମଧ୍ୟ କରୋନା ଚିକିତ୍ସାରେ ପ୍ଲାଜମ ଥେରାପି ଅନୁପଯୁକ୍ତ ବୋଲି ଦର୍ଶାଇଛନ୍ତି ।