ଲାଞ୍ଚ ଧରିଲା ସିବିଆଇ

ଲାଞ୍ଚ ଧରିଲା ସିବିଆଇ

ଲାଞ୍ଚ ଧରିଲା ସିବିଆଇ

ସୁନ୍ଦରଗଡ:  ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ସୁନ୍ଦରଗଡ ମୁଖ୍ୟ ଡାକଘରର ପୋଷ୍ଟାଲ ଇନସପେକ୍ଟର ଉଜ୍ଜ୍ବଳ କୁମାର ଧରାପଡିଛନ୍ତି। ଗ୍ରାମୀଣ ଡାକ ସେବକ ବିକାଶ କିସ୍ ପଟ୍ଟାଙ୍କ ବକେୟା ଦରମା ବିଲ କରିବା ପାଇଁ ହେଡ୍ ପୋଷ୍ଟ ଅଫିସ ଇନସପେକ୍ଟର ଉଜ୍ଜ୍ବଳ କୁମାର ୫ ହଜାର ଟଙ୍କା  ଦେବାକୁ କହିଥିଲେ।  ଏ ସମ୍ପର୍କରେ ବିକାଶ ଭୁବନେଶ୍ବର ସିବିଆଇ ଟିମକୁ ଜଣାଇଥିଲେ। ଯୋଜନା ମୁତାବକ ସିବିଆଇ ଟିମ୍ ସେଠାରେ ପୂର୍ବରୁ  ଜଗି ରହିଥିଲେ। ସୋମବାର ବିକାଶଙ୍କ ଠାରୁ ଉଜ୍ଜ୍ବଳ କୁମାର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ହାତରେ ଧରାପଡିଥିଲେ।