ଶାହୀନବାଗରେ ୧୪୪ ଧାରା ଲାଗୁ

ଶାହୀନବାଗରେ ୧୪୪ ଧାରା ଲାଗୁ

ଶାହୀନବାଗରେ ୧୪୪ ଧାରା ଲାଗୁ
ଦୀର୍ଘ ଦିନ ହେବ ଦିଲ୍ଲୀର ଶାହୀନବାଗରେ ନାଗରିକତ୍ୱ ସଂଶୋଧନ ଆଇନ (ସିଏଏ)କୁ ବିରୋଧ କରି ଆନ୍ଦୋଳନ ଚାଲିଛି । ଏହି ଆନ୍ଦୋଳନକୁ ଆଜି ହିନ୍ଦୁ ସେନା ବିରୋଧ କରିଛି । ସ୍ଥିତିକୁ ସୁଧାରିବା ପାଇଁ ଦିଲ୍ଲୀ ପୋଲିସ ଶାହୀନବାଗରେ ୧୪୪ ଧାରା ଜାରି କରିଛି । ହିନ୍ଦୁ ସେନାର ବିଷ୍ଣୁ ଗୁପ୍ତା ଟୁଇଟ୍ କରି କହିଛନ୍ତି, 'ଶାହୀନବାଗରେ ସିଏଏ ବିରୋଧୀ ପ୍ରଦର୍ଶନକାରୀଙ୍କୁ ହଟାଇବାରେ ଦିଲ୍ଲୀ ପୋଲିସ ବିଫଳ ହୋଇଛି । ଭାରତର ସମ୍ବିଧାନର ଧାରା ୧୪, ୧୯, ୨୧ ଅନୁଯାୟୀ ଆନ୍ଦୋଳନ ପାଇଁ ସାଧାରଣ ଲୋକଙ୍କ ମୌଳିକ ଅଧିକାର ଉଲ୍ଲଂଘନ ହେଉଛି । ତେବେ ପୋଲିସ କାହାକୁ ମଧ୍ୟ ଏକାଠି ନ କରିବାକୁ ୧୪୪ ଧାରା ଜାରି କରିଛି । ଯଦି କେହି ୧୪୪ ଧାରାକୁ ଉଲ୍ଲଂଘନ କରିବ ତାଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ଦକ୍ଷିଣ ପୂର୍ବ ଜିଲ୍ଲା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ପୋଲିସ ୧୪୪ ଧାରା ଲାଗୁ କରି ହିନ୍ଦୁ ସେନାର ଆହ୍ୱାନକୁ ବିଫଳ କରିଛି। ହିଂସା ପ୍ରଭାବିତ ଅଂଚଳରେ ଧାର୍ମିକ ଗୁରୁ ରବିଶଙ୍କର ପହଂଚି ସ୍ଥିତି ପରଖିବା ସହ ଶାନ୍ତି ପାଇଁ ଅପିଲ କରିଛନ୍ତି ।