ଶୀତ ଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ

ଶୀତ ଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ

ଶୀତ ଦିନେ କିପରି ନେବେ ତ୍ୱଚାର ଯତ୍ନ, ଜାଣନ୍ତୁ

ଭୁବନେଶ୍ୱର: ଶୀତଦିନ ଆସିଲେ ଅନେକଙ୍କ ଚିନ୍ତା ପଡ଼ିଯାଏ ତ୍ୱଚାର ଶୁଷ୍କତାକୁ ନେଇ । ଏବେ ଶୀତ ଧିରେ ଧିରେ ଅନୁଭୂତ ହେଲାଣି । ଆଉ ତ୍ୱଚା ଶୁଷ୍କ  ହେବା ଦେଖାଦେଲାଣି । ଏହି ସମସ୍ୟାରେ ଭାରି ଅସହଜ ମନେହୁଏ । ଅଫିସରେ କୌଣସି କାମ କଲାବେଳେ କି କାହା ସହ କଥାବାର୍ତ୍ତା ହେଉଥିବା ବେଳେ ବାରମ୍ୱାର ମୁହଁ ହାତରୁ ଓଦା କରିବାକୁ ଇଚ୍ଛା କରିବାକୁ ଇଚ୍ଛା ହୁଏ । ଏହି ସମସ୍ୟାକୁ କିପରି ଦୂରେଇବା ଆସନ୍ତୁ ଜାଣିବା –

୧ – ଶୀତରେ ବେଶୀ ସାବୁନ୍‌ର ବ୍ୟବହାର କରନ୍ତୁ ନାହିଁ ।  ଏହି କାରଣରୁ ତ୍ୱଚା ଅଧିକ  ଶୁଷ୍କ  ହେବାର କାରଣ ସାଜେ ।

୨ –ସ୍ନାନ ପୂର୍ବରୁ ଶରୀରରେ ୪ରୁ ୫ ମିନିଟ୍ ତେଲ ମାଲିସ୍‌ କରନ୍ତୁ ।

୩ – ସ୍ନାନ ପରେ ତୁରନ୍ତ ବଡି ଲୋସନ ଲଗାଇଲେ ତ୍ୱଚା ଉପରେ କୌଣସି  କୁପ୍ରଭାବ ପଡେନାହିଁ ।

୪- ମୁହଁକୁ  ସଫା କରିବା ପାଇଁ ଫେସ୍‌ୱାସ୍‌ ବ୍ୟବହାର ନକରି , ଶୀତରେ  ସମୟରେ  କ୍ଲିନଜିଙ୍ଗ ମିଲ୍କରେ ତ୍ନଚା ପୋଛି ଦିଅନ୍ତୁ ।

୫-ସ୍ନାନ ବେଳେ ତ୍ୱଚାକୁ ଧିରେ ଧିରେ ତଉଲିଆରେ ଘଷି ମଳି ବହାର କରିଦିଅନ୍ତୁ ।

୬-  ଶୀତରେ ନଖ ଉଷୁମ ପାଣିରେ ସ୍ନାନ କରନ୍ତୁ । ବେଶି ଗରମ ପାଣିରେ ସ୍ନାନ କରନ୍ତୁ ନାହିଁ । ଏହା ଦ୍ୱାରା ତ୍ୱଚାର ପ୍ରାକୃତିକ ତୈଳର ହ୍ରାସ ଘଟେ ।