ସଟଡାଉନ୍ ପାଇଁ ପ୍ରକାଶ ପାଇଲା ଗାଇଡଲାଇନ୍ ।

ସଟଡାଉନ୍ ପାଇଁ ପ୍ରକାଶ ପାଇଲା ଗାଇଡଲାଇନ୍ ।

ସଟଡାଉନ୍ ପାଇଁ ପ୍ରକାଶ ପାଇଲା ଗାଇଡଲାଇନ୍ ।
ସରକାରଙ୍କ ପକ୍ଷରୁ କରୋନା ମୁକାବିଲା ପାଇଁ କିଛି ଦିନ ପୂର୍ବରୁ ଶନିବାର ଓ ରବିବାର ୧୧ଟି ଜିଲ୍ଲାକୁ ସଟଡାଉନ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ଆଜି ସପ୍ତାହରେ ଏହି ଦୁଇ ଦିନ ସଟଡାଉନ ସମ୍ପର୍କରେ ଗାଇଡଲାଇନ କରାଯାଇଛି । ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଏହି ଗାଇଡଲାଇନ ଜାରି କରିଛନ୍ତି । ୧- ମେଡିକାଲ ଭଳି ଜରୁରୀ କାର୍ଯ୍ୟ ପାଇଁ ଯେକୌଣସି ଲୋକ ଯାଇପାରିବେ ୨- ଆରବିଆଇ, କ୍ଲିୟରିଂ ହାଉସ, ଏଟିଏମ ସହ ଜଡ଼ିତ କର୍ମଚାରୀ ଯାଇପାରିବେ ୩- ବିମାନ ବନ୍ଦର, ଷ୍ଟେସନ, ବସ ଟର୍ମିନାଲ ସହ ଜଡ଼ିତ କର୍ମଚାରୀଙ୍କୁ ଅନୁମତି ୪- ସ୍ୱିଗି, ଜୋମାଟୋ ଡେଲିଭରି ବୟଙ୍କୁ ଯା’ଆସ ପାଇଁ ଅନୁମତି ୫- ଖବରକାଗଜ ହକରଙ୍କୁ ସକାଳ ୫ଟାରୁ ୮ଟା ଯାଏଁ ବିକ୍ରି ଅନୁମତି ୬- ଏଲପିଜି ହୋମ ଡେଲିଭରି କରୁଥିବା କର୍ମଚାରୀଙ୍କୁ ଅନୁମତି ଏହା ପୂର୍ବରୁ ସଟଡାଉନ ସତ୍ତ୍ୱେ ବସ ଚାଲିବା ସହ ବସଷ୍ଟାଣ୍ଡ ଖୋଲା ରହିବ ବୋଲି ରାଜ୍ୟ ସଡ଼କ ପରିବହନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଟ୍ୱିଟ କରି ସୂଚନା ଦିଆଯାଇଥିଲା । ପ୍ରାଇଭେଟ ଗାଡ଼ି ବସ ଷ୍ଟାଣ୍ଡ, ରେଳ ଷ୍ଟେସନ ଓ ବିମାନବନ୍ଦର ବି ଯିବ ବୋଲି କୁହାଯାଇଥିଲା । ପ୍ରକାଶ ଯେ, କରୋନା ମୁକାବିଲା ନେଇ ଗତ ସୋମବାର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇ କହିଥିଲେ ଯେ, ସଂକ୍ରମଣ ବଢିଥିବା ୧୧ଟି ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ କରାଯିବ । ପ୍ରତି ଶନିବାର ଓ ରବିବାର ୧୧ଟି ଜିଲ୍ଲା ସଟଡାଉନ କରିବାକୁ ଘୋଷଣା କରାଯାଇଛି । ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ନୟାଗଡ଼, କଟକ, ଜଗତସିଂହପୁର, କେନ୍ଦ୍ରପଡ଼ା, ଯାଜପୁର, ଭଦ୍ରକ, ବଲାଙ୍ଗୀର ଓ ବାଲେଶ୍ୱର ଜିଲ୍ଲାରେ ସଟଡାଉନ ଘୋଷଣା କରାଯାଇଛି । ସଟଡାଉନ ୨ ଦିନ କୌଣସି ଅଫିସ ସହ ଯାନବାହାନ ଚଳାଚଳ ବନ୍ଦ ରହିବ ବୋଲି କୁହାଯାଇଥିଲା ।