ପାଠ୍ୟ ପୁସ୍ତକରେ ତ୍ରୁଟି, ବାଚସ୍ପତିଙ୍କ ରୁଲିଂ

ପାଠ୍ୟ ପୁସ୍ତକରେ ତ୍ରୁଟି, ବାଚସ୍ପତିଙ୍କ ରୁଲିଂ

 ପାଠ୍ୟ ପୁସ୍ତକରେ ତ୍ରୁଟି, ବାଚସ୍ପତିଙ୍କ ରୁଲିଂ
ଭୁବନେଶ୍ୱର: ବିଧାନସଭା ଶୀତ ଅଧିବେସନର ତୃତୀୟ ଦିନରେ ଗାନ୍ଧିଜୀଙ୍କ ମୃତୁ୍ୟ ଆକସ୍ମିକ ହୋଇଥିବା ଲେଖାକୁ ନେଇ କଡ଼ା ବିରୋଧ କରାଯାଇଛି । ପାଠ୍ୟ ପୁସ୍ତକରେ ନାଥୁରାମ ପ୍ରସଙ୍ଗରେ ବିଧାନସଭା କମ୍ପିଛି । ପାଠ୍ୟ ପୁସ୍ତକରେ ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ ଗୃହ ସରଗରମ ହୋଇଛି । ତେବେ ଏହାକୁ ନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ବିଭାଗୀୟ ମନ୍ତ୍ରୀ ଆସନ୍ତାକାଲି ଗୃହରେ ଉତ୍ତର ରଖିବାକୁ ବାଚସ୍ପତି ଶ୍ରୀ ପାତ୍ର ରୁଲିଂ ଦେଇଛନ୍ତି । ଏଥିସହ ଆପରାହ୍ନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି । ପ୍ରକାଶ ଯେ, ପାଠ୍ୟ ପୁସ୍ତକରେ ଗାନ୍ଧିଜୀଙ୍କ ମୃତୁ୍ୟ ସମ୍ପର୍କିତ ଭୁଲ ତଥ୍ୟକୁ ନେଇ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଥିଲେ ଯେ, ବିଜେଡି- ବିଜେପି ମଧ୍ୟରେ ଏବେ ସଲାସୁତୁରା ଚାଲିଛି । ତେବେ ବହିରେ ଯଦି ସରକାର ଜାଣି ଏ ସମ୍ପର୍କରେ ଛାପିଛନ୍ତି ତେବେ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ । ଯଦି ଅଜାଣତରେ ଛପା ଯାଇଛି, ତେବେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ କ୍ଷମା ମାଗନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଥିଲେ ।